୭ ଦିନ ପରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ

ଖଲ୍ଲିକୋଟ,୨୨ା୮(ଡି.ଏନ.ଏ.)- ଖଲ୍ଲିକୋଟ ବ୍ଲକ କୈଠଡ଼ା ଗ୍ରାମର ଜୟ ଦଳେଇଙ୍କ ଗତ ଶୁକ୍ରବାର ଦୁବାଇରେ ମୃତ୍ୟୁ ହୋଇଥିବା ସେ କାମ କରୁଥିବା କମ୍ପାନୀ କର୍ତ୍ତୃପକ୍ଷ ଫୋନ କରି ଜଣାଇଥିଲେ। ଜିଲା ପ୍ରଶାସନର ଉଦ୍ୟମ ଫଳରେ ୭ଦିନ ପରେ ଗୁରୁବାର ଜୟଙ୍କ ମୃତଦେହ ଗ୍ରାମରେ ପହଞ୍ଚତ୍ଛି। ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ମର ଶରୀର ନିକଟରେ ପହଞ୍ଚତ୍ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ସ୍ତ୍ରୀ ହାରା ଦଳେଇ ଓ ଦୁଇ ପୁଅ, ଦୁଇ ଝିଅ ବାପାଙ୍କ ମୃତ୍ୟୁ ପରେ ବେସାହାରା ହୋଇପଡ଼ିଛନ୍ତି। ଖବର ଲେଖାହେବା ସୁଦ୍ଧା ମୃତଦେହ ସତ୍କାର କରାଯାଇନଥିଲା। ଜିଲା ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁ ମୃତକଙ୍କ ପରିବାର ନିକଟରେ ଉପସ୍ଥିତ ଥିଲେ।