୭୫% ଲିଭର ନଷ୍ଟ ସ୍ବୀକାର କଲେ ବିଗ୍‌ ବି

ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନଙ୍କର ୭୫ ପ୍ରତିଶତ ଲିଭର ନଷ୍ଟ ହୋଇଯାଇଥିବା ସେ ସ୍ବୀକାର କରିଛନ୍ତି। ଏକ ଘରୋଇ ଟିଭି ଚ୍ୟାନେଲ୍‌ର ‘ସ୍ବାସ୍ଥ୍ୟ ଇଣ୍ଡିଆ ଲଞ୍ଚ୍‌’ରେ ଯୋଗଦେଇ ବିଗ୍‌ ବି କହିଲେ, ବ୍ୟକ୍ତିଗତ ସ୍ବାସ୍ଥ୍ୟ ସମ୍ପର୍କରେ ସବୁବେଳେ କହିଆସିଛି। କାରଣ ଅନ୍ୟମାନେ ବି ନିଜର ରୋଗର ଲକ୍ଷଣ ଚିହ୍ନଟ କରି ସ୍ବାସ୍ଥ୍ୟ ସଚେତନ ହୁଅନ୍ତୁ। ମୁଁ ଟିବି, ହେପାଟାଇଟିସ୍‌ ବି’ରୁ ବର୍ତ୍ତିବା ସହିତ ମୋର ଦୂଷିତ ରକ୍ତ ବଦଳାଯାଇଛି ଏବଂ ୭୫ ପ୍ରତିଶତ ଲିଭର ନଷ୍ଟ ହୋଇଯାଇଛି। ତଥାପି ୨୫ ପ୍ରତିଶତ ଲିଭର ପାଇଁ ବଞ୍ଚତ୍ରହିଛି।’
ଅମିତାଭ ବିଭିନ୍ନ ସ୍ବାସ୍ଥ୍ୟ ସଚେତନତା ଅଭିଯାନରେ ଯୋଗଦେଇ ଲୋକଙ୍କୁ ରୋଗ ପରୀକ୍ଷା କରାଇନେଇ ଚିକିତ୍ସା କରିବାକୁ ପରାମର୍ଶ ଦେଇଥାଆନ୍ତି। ଏପରି କି ତାଙ୍କୁ ଟିବି ହୋଇଥିବା ବିଷୟ ୮ବର୍ଷ ପର୍ଯ୍ୟନ୍ତ ଜାଣିପାରି ନ ଥିଲେ ବୋଲି ସ୍ବୀକାର କରିଛନ୍ତି।

Share