୭୫ ବର୍ଷ ବୟସରେ ଡ୍ରାଇଭିଂ ଲାଇସେନ୍ସ କଲେ ମହିଳା

ଅ.େଷ୍ଟ୍ରଲିଆର ପିଲବରା ଅଞ୍ଚଳରେ ଥିବା ହେଡଲ୍ୟାଣ୍ଡରେ ରହନ୍ତି ବିନ୍ନି ଶୌମ୍ପି। ବୟସ ୭୫ ବର୍ଷ। ଏହି ବୟସରେ ସେ ଏବେ ଡ୍ରାଇଭିଂ ଲାଇସେନ୍ସ କରି ଆସିଛନ୍ତି ଚର୍ଚ୍ଚାକୁ। ନିକଟରେ ସେ ଡ୍ରାଇଭିଂ ଲାଇସେନ୍ସ କରିଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା। ବ୍ଲଡୟୁଡ ଟ୍ରି ଆସୋସିଏଶନ ନାମକ ଏକ ସଂସ୍ଥା ଏ ବିଷୟରେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ। ଅସଲ କଥା ହେଲା ବିନ୍ନି ତାଙ୍କ ବଡ ଭଉଣୀଙ୍କୁ ରେଗୁଲାର ହସ୍ପିଟାଲ ଚେକ୍‌ ପାଇଁ ନେବାକୁ, ମାର୍କେଟ ନେବାକୁ ଅବା ସି ବିଚ୍‌ ବୁଲାଇ ନେବାକୁ ନିଜେ ଏଇ ଡ୍ରାଇଭିଂ ଲାଇସେନ୍ସ କରିଥିବା କହିଛନ୍ତି। ବିନ୍ନି କେବେ କମ୍ପୁଟର ଚଲାଇ ଜାଣି ନ ଥିବା ବେଳେ ସେ କମ୍ପୁଟର ମାଧ୍ୟମରେ ଡ୍ରାଇଭିଂ ଟେଷ୍ଟ ଦେଇ ଏହି ଲାଇସେନ୍ସ ହାସଲ କରିଛନ୍ତି। କାରଣ ସେ କେବେ କାହାକୁ ଲିପ୍ଟ ମାଗନ୍ତି ନାହିଁ କିମ୍ବା ଟ୍ୟାକ୍ସି ନେବାକୁ ଭଲ ପାଆନ୍ତି ନାହିଁ। ସେଥିପାଇଁ ସେ ୭୫ ବର୍ଷ ବୟସରେ ବି ଡ୍ରାଇଭିଂ ଲାଇସେନ୍ସ କରିଥିବା କହିଛନ୍ତି।

Share