Odisha Elections 2024
Posted inଫୁରସତ

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା କଷ୍ଟସାଧ୍ୟ ହୋଇପଡ଼ିଥାଏ। ଏପରି ପରିସ୍ଥିତିରେ ମଣିଷ ନିଜ ପାଇଁ ଏକ ନୂତନ ସାଥୀ ଆବଶ୍ୟକ କରିଥାଏ। ତେବେ ବିଭିନ୍ନ ପାଶ୍ଚାତ୍ୟ ଦେଶରେ ଏପରି ଘଟିବା ଏବେ ସାଧାରଣ କଥା ହୋଇଗଲାଣି। ଆମେରିକାର ଟେକ୍ସାସରେ ରହୁଥିବା ଜଣେ ୭୦ ବର୍ଷ ବୟସ୍କ ବ୍ୟକ୍ତି ନିଜର ଏକାନ୍ତପଣକୁ ଦୂର କରିବା ପାଇଁ ଅନେକ ଡଲାର ଖର୍ଚ୍ଚ କରି ବିଜ୍ଞାପନ ଦେଉଥିବା ଜଣାପଡ଼ିଛି।
ଟାଇମ୍ସ ରିପୋର୍ଟ ଅନୁଯାୟୀ ଅଲ୍‌ ଗିଲବର୍ଟୀ ନାମକ ଜଣେ ୭୦ ବର୍ଷୀୟ ବ୍ୟକ୍ତି ନିଜ ଏକାନ୍ତପଣକୁ ଦୂର କରିବା ପାଇଁ ସାଥୀଟିଏ ଖୋଜୁଛନ୍ତି। ଏଥିପାଇଁ ସେ ପ୍ରତି ସପ୍ତାହରେ ୪୦୦ ଡଲାର ଖର୍ଚ୍ଚ କରି ବିଭିନ୍ନ ହୋର୍ଡିଂରେ ବିଜ୍ଞାପନ ଦେଉଛନ୍ତି। ଏହି ବିଜ୍ଞାପନରେ ଗିଲବର୍ଟୀ କହିଛନ୍ତି, ମୁଁ ଜଣେ ସାଥୀ ଖୋଜୁଛି ଯାହାଙ୍କୁ ମୁଁ ବିବାହ କରିପାରିବି। ସେ ଜଣେ ଖୋଲା ମନୋଭାବର ବିଶ୍ୱସ୍ତ ସାଥୀ ଚାହୁଁଥିବା ଗିଲବର୍ଟୀ ନିଜ ବିଜ୍ଞାପନରେ ଦର୍ଶାଇଛନ୍ତି। ସ୍ବଭାବରେ ସଚ୍ଚୋଟ ଥିବା ସହ ତାଙ୍କୁ ଓ ତାଙ୍କ ମତକୁ ସମ୍ମାନ ଦେଉଥିବା ଜଣେ ସାଥୀ ଆବଶ୍ୟକ ବୋଲି ସେ ବିଜ୍ଞାପନରେ ଦର୍ଶାଇଛନ୍ତି। ରିପୋର୍ଟ ଅନୁଯାୟୀ, ଗିଲବର୍ଟୀଙ୍କ ବିଜ୍ଞାପନରୁ ଗତ ୨ ସପ୍ତାହ ମଧ୍ୟରେ ୪୦୦ଟି କଲ୍‌ ଓ ୫୦ଟି ଇମେଲ୍‌ ଆସିଛି। ଅନ୍ୟପକ୍ଷରେ, ଗିଲବର୍ଟୀଙ୍କ ଏହି ବିଜ୍ଞାପନ ଉପରେ ଆଗ୍ରହ ଦେଖାଇଥିବା ଅଧିକାଂଶ ମହିଳା ତାଙ୍କ ସମ୍ପତ୍ତି ବିଷୟରେ ଜାଣିବାକୁ ଚାହିଁଥିବା ନେଇ ବିଜ୍ଞାପନ ଛାପିଥିବା କର୍ମଚାରୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତି, ସୌହାର୍ଦ୍ଦ୍ୟ ରକ୍ଷା ଜରୁରୀ

ଆତଙ୍କବାଦ ବିରୋଧୀ ଦିବସ ପ୍ରତିବର୍ଷ ମେ’ ୨୧ରେ ଭାରତରେ ପାଳନ କରାଯାଏ। ଆତଙ୍କବାଦ ବିଷୟରେ ଲୋକଙ୍କୁ ସଚେତନ କରାଇବା ଏବଂ ଆତଙ୍କବାଦ ବିରୋଧରେ ଏକତାର ବାର୍ତ୍ତା...

ଇଭିଏମକୁ ଫୁଲମାଳ ପିନ୍ଧାଇଲେ ସ୍ବାଧୀନ ପ୍ରାର୍ଥୀ

ନାସିକ: ଚଳିତ ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ସୋମବାର ଅନୁଷ୍ଠିତ ହୋଇ ଯାଇଛି। ତେବେ ଏହି ନିର୍ବାଚନ ଚାଲିଥିବାବେଳେ ମହାରାଷ୍ଟ୍ରର ନାସିକରୁ ଏକ...

ପ୍ରେମିକଙ୍କୁ ଭେଟିବା ପାଇଁ ୧୫୦୦ କିଲୋମିଟର ଗଲେ ଯୁବତୀ, ବିମାନରୁ ଓହ୍ଲାଇବା ପରେ ଯାହା ଘଟିଲା, ଜାଣିଲେ…

ଅନଲାଇନ ଡେଟିଂ ସବୁବେଳ ପାଇଁ ବିପଦପୂର୍ଣ୍ଣ ଅଟେ। ଅନେକ ଯୁବତୀ/ଯୁବକଙ୍କ ପାଇଁ ଏହା ବହୁତ ମଜାଦାର ହୋଇଥିବା ବେଳେ ଆଉ କିଛି ଯୁବତୀ ଯୁବକ ଏଥିରେ...

କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍‌ରେ ଲୋକେ ହେଉଛନ୍ତି ଦିୱାନା

ଫ୍ୟାଶନ ଦୁନିଆରେ ‘କ୍ୟାଟୱାକ’ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ। କିନ୍ତୁ କେବେ ସ୍ବାନ ଓ୍ବାକ୍‌ କିମ୍ବା ଗଜ ଗାମିନୀ ବିଷୟରେ ଶୁଣିଛନ୍ତି କି? ପ୍ରାୟତ...

ପ୍ରଥମ ରୋଜଗାରର ଶିହରଣ ଏବେ ବି ଅନୁଭବ କରେ:ସୌମ୍ୟଶ୍ରୀ ପାଣିଗ୍ରାହୀ

ସବୁବେଳେ ନାହିଁ ନାହିଁର ଜୀବନ ଜିଇଆସିଥିବା, ସବୁକଥାରେ କାଣ୍ଟଛାଣ୍ଟ କରୁଥିବା, ଅୟସର ସ୍ବପ୍ନ ଦେଖିବାକୁ ନିଜ ମନକୁ ହାଲ୍‌କା ଭାବେ ଆକଟ କରୁଥିବା ୨୦/୨୨ ବର୍ଷର...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ଶିର୍ଲି

ସିଙ୍ଗାପୁର: ସିଙ୍ଗାପୁରର ଶିର୍ଲି ଲିଙ୍ଗ୍‌ ନାମ୍ନୀ ଜଣେ ମହିଳା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାତ୍ର ୩୪ ବର୍ଷ ବୟସରେ ଜେଜେ ମା’ ହୋଇଛନ୍ତି। ତାଙ୍କର ୧୭...

ବିଶ୍ୱର ସବୁଠୁ ଛୋଟ ମହିଳାଙ୍କୁ ଭେଟିଲେ ‘ଦ ଗ୍ରେଟ୍‌ ଖଲି’: ପରେ ଘଟିଲା….ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୫: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ‘ଦ ଗ୍ରେଟ୍‌ ଖଲି’ କିଏ ବା ନ ଜାଣେ ନାହିଁ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି।...

ନିରାପଦ ଏଚ୍‌ଆଇଭି ଟିକା ପାଇଁ ମିଳିତ ଉଦ୍ୟମ ଦରକାର

ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଥିବା ତଥା ଅନ୍ୟତମ ପ୍ରମୁଖ ରୋଗ ମଧ୍ୟରେ ଏଡ୍‌ସ (ଆକ୍ୟୁଆଡ ଇମ୍ୟୁନ ଡେଫିସିଏନ୍‌ସି ସଣ୍ଡ୍ରୋମ) ଅନ୍ୟତମ। ଏହାର ଏ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri