Categories: ଜାତୀୟ

୭୦ ନବ ନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ୫୨ କୋଟିପତି: ୪୩ଙ୍କ ବିରୋଧରେ ଆପରାଧୀକ ମାମଲା

ନୂଆଦିଲ୍ଲୀ,୧୨।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ସଂଖ୍ୟା ଗରିଷ୍ଠତା ହାସଲ କରିଛି। ୭୦ ବିଧାନସଭା ଆସନ ମଧ୍ୟରୁ ଏଏପି ଖାତାକୁ ୬୨ ଯାଇଥିବାବେଳେ ଭାଜପା ୮ ଆସନରେ ସୀମିତ ରହିଛି। ନବ ନିର୍ବାଚିତ ବିଧାୟକଙ୍କ ମଧ୍ୟରେ ୫୨ ଜଣ କୋଟିପତି ଥିବାବେଳେ ୪୩ଜଣ ବିରୋଧରେ ଆପରାଧୀକ ମାମଲା ରହିଛି। ସେମାନେ କରିଥିବା ସତ୍ୟପାଠରେ ଏହା ଦର୍ଶାଯାଇଛି। କୋଟିପତି ବିଧାୟକଙ୍କ ମଧ୍ୟରେ ଏଏପିର ୪୫ ଜଣ ଥିବାବେଳେ ଭାଜପାର ୭ ଜଣ ରହିଛନ୍ତି। ଏଏପିର ବିଧାୟକ ଧରମପାଲ ଲାକଡା ସବୁଠାରୁ ଧନୀ। ତାଙ୍କ ସମ୍ପତ୍ତି ପରିମାଣ ୨୯୨ କୋଟିରୁ ଅଧିକ ରହିଛି। ସେ ମୁଣ୍ଡକା ଆସନରୁ ନିର୍ବାଚିତ ହୋଇଛନ୍ତି। ଅପରପକ୍ଷରେ ଏଏପି ବିଧାୟକ ରାକ୍ଷୀ ବିରଳାଙ୍କ ପାଖରେ ସବୁଠାରୁ କମ୍‌ ସମ୍ପତ୍ତି ରହିଛି। ତାଙ୍କ ପାଖରେ ୭୬ ହଜାର ୪୨୧ ଟଙ୍କା ରହିଥିବାର ସେ ସତ୍ୟପାଠରେ ଦର୍ଶାଇଛନ୍ତି। ସେହିପରି ଏଏପିର ୩୮ ବିଧାୟକଙ୍କ ବିରୋଧରେ ଆପରାଧୀକ ମାମଲା ଥିବାବେଳେ ଭାଜପାର ୫ ଜଣଙ୍କ ବିରୋଧରେ ଏଭଳି ମାମଲା ରହିଛି। ଗତ ନିର୍ବାଚନରେ ଏଏପିର ୪୧ ଜଣ କୋଟିପତି ବିଧାୟକ ଥିଲେ। ସେହିପରି ଭାଜପାର ୩ ଜଣ ବିଧାୟକ କୋଟିପତି ଥିଲେ।

Share