୭ରୁ ଡଗ୍‌ ଶୋ ଭାଗନେବେ ୩୦ପ୍ରଜାତିର ୩୦୦ କୁକୁର ପ୍ରଥମଥର ପାଇଁ ହେବ ‘ବିଗଲ ସ୍ପେଶିଆଲିଟି’

ଭୁବନେଶ୍ୱର,୩ା୧୨(ବ୍ୟୁରୋ): ଓଡ଼ିଶା କେନେଲ କ୍ଲବ ପକ୍ଷରୁ ‘ଡଗ୍‌ ଶୋ’ ଆସନ୍ତା ୭ ତାରିଖଠାରୁ ଆରମ୍ଭ ହେବ। ଏନେଇ କ୍ଲବ୍‌ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଲାଣି। ପ୍ରତିଯୋଗିତାର କାର୍ଯ୍ୟସୂଚୀ ଏବଂ କେଉଁ ବିଚାରକ ଆସିବେ ସ୍ଥିର ହୋଇସାରିଲାଣି। ଦୁଇଦିନ ବ୍ୟାପୀ ହେବାକୁ ଥିବା ଏହି ଶୋ ୟୁନିଟ୍‌-୬ ବାଳକ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ହେବ। ପ୍ରଥମ ଦିନ ଓବିଡିଏନ୍ସ ଟ୍ରାଏଲ୍ସ ରହିଛି। ଏହାସହ ଜର୍ମାନ ଶେଫର୍ଡ ଡଗ୍‌ ସ୍ପେଶିଆଲିଟି, ଲାବ୍ରାଡର୍‌ ସ୍ପେଶିଆଲିଟି, ବିଗଲ ସ୍ପେଶିଆଲିଟି ହେବ। ଚଳିତବର୍ଷ ପ୍ରଥମଥର ପାଇଁ ବିଗଲ ପ୍ରଜାତିର କୁକୁରଙ୍କ ପାଇଁ ସ୍ବତନ୍ତ୍ର ପ୍ରତିଯୋଗିତା ହେବାକୁ ଯାଉଛି। ବିଗଲ ସ୍ପେଶିଆଲିଟି ଓ ଲାବ୍ରାଡର୍‌ ସ୍ପେଶିଆଲିଟି ପାଇଁ ସି.ଭି. ସୁଦର୍ଶନ ବିଚାରକ ଥିବାବେଳେ ଜର୍ମାନ ଶେଫର୍ଡ ଡଗ୍‌ ସ୍ପେଶିଆଲିଟି ପାଇଁ ଜର୍ମାନୀରୁ ହାରାଲ୍‌ଡ ହୋମାନ ଓ ଓବିଡିଏନ୍ସ ଟ୍ରାଏଲ୍ସ ପାଇଁ ରାଜେନ୍ଦ୍ର ଏମ୍‌. ସାଲ୍‌ଭି ବିଚାରକ ରହିଛନ୍ତି।
ଚଳିତବର୍ଷ କ୍ଲବ୍‌ ତା’ର ୫୯ତମ ଓ ୬୦ତମ ‘ଅଲ୍‌ ବ୍ରିଡ୍‌ସ ଚାମ୍ପିୟନ୍‌ଶିିପ୍‌ ଶୋ’ ଆୟୋଜନ କରିବ। ଏଥିରେ ବିଭିନ୍ନ ପ୍ରଜାତିର କୁକୁର ଭାଗ ନେବେ। ଏନେଇ ପଞ୍ଜୀକରଣ ଚାଲିଛି। ଅଲ୍‌ ବ୍ରିଡ୍‌ସ ଶୋ ପାଇଁ ସ୍ବିଡେନ୍‌ରୁ ଇଭା ଲିଲ୍‌ଜେକ୍‌ଭିସ୍ତ ବର୍ଗ ଓ ଲାଟିଭାରୁ ରିତା ଖଡିକେ ସ୍କାଡିନା ବିଚାରକଭାବେ ରହିବେ।
ଚଳିତବର୍ଷ କୋଲକାତା, ହାଇଦ୍ରାବାଦ, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ଜାମ୍‌ସେଦପୁର, ରାୟପୁର, ଭୋପାଳ ସମେତ ବିଭିନ୍ନ ରାଜ୍ୟରୁ କୁକୁର ଅଂଶଗ୍ରହଣ କରୁଛନ୍ତି। ଓଡ଼ିଶାରୁ ପ୍ରତିବର୍ଷ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏଥର ଭୁବନେଶ୍ୱର, କଟକ ସମେତ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବାଲେଶ୍ୱର, ଭଦ୍ରକ, ପୁରୀ ଭଳି ବହୁ ଜିଲାରୁ କୁକୁର ଅଂଶଗ୍ରହଣ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୦୦ ପଞ୍ଜୀକରଣ ହୋଇସାରିଛି। ତେବେ ଚଳିତବର୍ଷ ପ୍ରାୟ ୩୦ ପ୍ରଜାତିର ୩୦୦ କୁକୁର ଭାଗନେବେ ବୋଲି କ୍ଲବ୍‌ ଆଶା ରଖିଛି। ସୋମବାର କ୍ଲବ ପକ୍ଷରୁ ଭେଟେରିନାରୀ କାଉନ୍‌ସିଲ ହଲ୍‌ଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏହି ସୂଚନା ପ୍ରଦାନ କରାଯାଇଛି। ସମ୍ମିଳନୀରେ କ୍ଲବ ସଭାପତି ଏସ୍‌. କେ. ରାୟ, ଅବୈତନିକ ସମ୍ପାଦକ ସୁବ୍ରତ ପୃଷ୍ଟି, ଅବୈତନିକ ଯୁଗ୍ମ ସମ୍ପାଦକ ତଥା କୋଷାଧ୍ୟକ୍ଷ ସିଦ୍ଧାର୍ଥ ମହାନ୍ତି, ସଦସ୍ୟ ପ୍ରଦୀପ କୁମାର ମହାନ୍ତି, ରବିନ ସାହୁ ଏବଂ ସଙ୍କେତ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri