୬ ସହର ପାରଦ ୧୦ ଡିଗ୍ରୀ ତଳକୁ ଖସିଲା

ଭୁବନେଶ୍ୱର, ୨୧ା୧୨(ବ୍ୟୁରୋ): ରାଜ୍ୟରେ ଶୀତ ବୃଦ୍ଧି ପାଇଛି । ଗତ ଦୁଇଦିନ ହେବ ସହରଠାରୁ ଆରମ୍ଭ କରି ଗଁ। ଗଣ୍ଡାରେ ଶୀତ ବିରାଜମାନ କରିଛି। ପାରଦ ୪ରୁ ୫ ଡିଗ୍ରୀ ସେଲସିୟସ ତଳକୁ ଖସି ଯାଇଛି। ଶୁକ୍ରବାର ରାଜ୍ୟର ୫ଟି ସହରରେ ପାରଦ ୧୦ ଡିଗ୍ରୀ ସେଲସିୟସ ତଳକୁ ହ୍ରାସ ପାଇଛି। ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ସୋନପୁର ୯.୮, ଫୁଲବାଣୀ ୯, ଅନୁଗୋଳ ୯, ବାଲେଶ୍ୱର ୯.୬ ଏବଂ ଝାରସୁଗୁଡାର ପାରଦ ୯.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ ସେଲସିୟସ ହ୍ରାସ ପାଇଛି।
ତେବେ ଏହି ଶୀତ ବେଶି ଦିନ ତିଷ୍ଠି ରହିପାରିବ ନାହିଁ। କାରଣ ଉତ୍ତର ଦିଗରୁ ଏ ପର୍ଯ୍ୟନ୍ତ ଥଣ୍ଡା ବାୟୁ ପ୍ରବାହିତ ହୋଇ ନାହିଁ । ଆସନ୍ତା ୨୩ ତାରିଖ ବେଳକୁ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ମଧ୍ୟ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚାନ୍ଦବାଲିରେ ସର୍ବନିମ୍ନ ତାପମାତ୍ରା ୧୨.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ କଟକ ୧୨, ପାରାଦୀପ ୧୫, ଭୁବନେଶ୍ୱର ୧୩.୬, ଗୋପାଳପୁର ୧୭.୨, ପୁରୀ ୧୪.୪, କେନ୍ଦୁଝର ୧୦, ସମ୍ବଲପୁର ୧୦.୫, ହୀରାକୁଦ ୧୩.୬, ଭବାନୀପାଟଣା ୧୩, ବଲାଙ୍ଗୀର ୧୪,କୋରାପୁଟ ୧୨, ଟିଟିଲାଗଡ ୧୦.୧ ଏବଂ ମାଲକାନଗିରି ଜିଲାରେ ସର୍ବନିମ୍ନ ୧୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।