୬ ରାଜ୍ୟର ୬ଟି ଗ୍ରୀନ୍‌ଜୋନ୍‌ ଉପରେ ନଜର ରଖିବ ଡ୍ରୋନ୍‌

ନୂଆଦିଲ୍ଲୀ,୫।୫: ଭାରତରେ କରୋନା ସଂକ୍ରମିତ ତଥା ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ସେହିପରି ସଂକ୍ରମଣ ଆଧାରରେ ବିଭିନ୍ନ ଅଞ୍ଚଳକୁ ରେଡ୍‌ ଜୋନ୍‌, ଅରେଞ୍ଜ୍‌ ଜୋନ୍‌ ଏବଂ ଗ୍ରୀନ୍‌ ଜୋନ୍‌ ଭାବେ ବର୍ଗୀକୃତ କରାଯାଇଛି। ଏପରିସ୍ଥଳେ ଗ୍ରୀନ୍‌ ଜୋନ୍‌ ଅଞ୍ଚଳରେ ଡ୍ରୋନ୍‌ ଦ୍ୱାରା ନଜର ରଖାଯିବା ପ୍ରସ୍ତାବକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ କରାଯାଇଛି। ୬ ରାଜ୍ୟର ୬ଟି ଗ୍ରୀନ୍‌ଜୋନ୍‌ ଉପରେ ଡ୍ରୋନ୍‌ ଦ୍ୱାରା ନଜର ରଖାଯିବ। ସେସବୁ ଗ୍ରୀନ୍‌ ଜୋନ୍‌ ମଧ୍ୟରେ ଆନ୍ଧ୍ରପ୍ରଦେଶର ନନ୍ଦୟାଲ, କର୍ନାଟକର ଟୁକୁମୁର, ମହାରାଷ୍ଟ୍ରର ସନସାଡେ, ରାଜସ୍ଥାନର ନିମରାନା, ତାମିଲନାଡୁର ଆରାନି ଏବଂ ପଶ୍ଚିମବଙ୍ଗର ଖରସା ରହିଛି। ଏସବୁ ଗ୍ରୀନ୍‌ ଜୋନ୍‌ର ୧୦ କିଲୋମିଟର ବ୍ୟାସ ମଧ୍ୟରେ ଡ୍ରୋନ୍‌ ଉଡ଼ିବୁଲିବ ବୋଲି କୁହାଯାଉଛି।

Share