୬ ମାସରେ ୫୨୧ଥର ଅଯଥା ଚେନ୍‌ ପୁଲିଂ

ଭୁବନେଶ୍ୱର,୮ା୮(ବ୍ୟୁରୋ): ଭାରତୀୟ ରେଲଓ୍ବେ ସର୍ବଦା ବିଳମ୍ବରେ ପହଞ୍ଚତ୍ବା ଲାଗି ସମାଲୋଚିତ ହୋଇ ଆସିଛି। କିନ୍ତୁ ଏମିତି ଏକ ତଥ୍ୟ ମିଳିଛି, ଯେଉଁଥିରେ ଟ୍ରେନ ବିଳମ୍ବ ହେବାରେ ମୁଖ୍ୟ କାରଣ କେତେକ ଅସଚେତନ ଯାତ୍ରୀ ହଁ ଦାୟୀ। ଭୁବନେଶ୍ୱର ରେଳ ଷ୍ଟେଶନ କର୍ତ୍ତୃପକ୍ଷଙ୍କ ନିକଟରୁ ଜାଣିବାକୁ ମିଳିଛି ଯେ, ପ୍ରତିଦିନ ଭୁବନେଶ୍ୱର ଷ୍ଟେଶନରୁ ଯାତ୍ରା ଆରମ୍ଭ କରୁଥିବା ୩ରୁ ୪ଟି ଟ୍ରେନରେ ଅପତ୍‌କାଳୀନ ଚେନ୍‌ ପୁଲିଂ କରି ଟ୍ରେନକୁ ରୋକାଯାଉଛି। ଆଉ ଚେନ୍‌ ଟାଣୁଥିବା ବ୍ୟକ୍ତି ଗୁରୁତ୍ୱହୀନ କାରଣ ଦର୍ଶାଉଛନ୍ତି। ଯେଉଁଥିପାଇଁ ସର୍ବନିମ୍ନ ୫ ମିନିଟ୍‌ରୁ ନେଇ ୨୦ ମିନିଟ୍‌ ଯାଏଁ ଟ୍ରେନ ଯାତ୍ରା ଆରମ୍ଭ କରିବାରେ ବିଳମ୍ବ ହେଉଛି। ଗତ ମାସରେ ୬୦ଟି ଚେନ୍‌ ପୁଲିଂ ହୋଇଛି। ଆଉ ଯାତ୍ରୀ ଦର୍ଶାଇଥିବା ସମସ୍ତ କାରଣ ଗୁରୁତ୍ୱହୀନ। ବିଗତ ୬ମାସ ଭିତରେ ୫୨୧ଥର ଚେନ୍‌ ପୁଲିଂ କରାଯାଇଛି। ସେ ଭିତରୁ ୪୧୮ ଜଣଙ୍କୁ ଗିରଫ କରାଯାଇଛି। ଆଉ ବଞ୍ଚତ୍ତ ୧୦୩ ଜଣ ଚେନ୍‌ ଟାଣି ଖସି ଯାଇଛନ୍ତି। ୫୨୧ଟି ପଞ୍ଜୀକୃତ ମାମଲା ମଧ୍ୟରୁ ମାତ୍ର ୨୦ଟି ଦର୍ଶଯାଇଥିବା କାରଣ ଯଥାର୍ଥ ବୋଲି ରେଲଓ୍ବେ କର୍ତ୍ତୃପକ୍ଷଙ୍କ ନିକଟରୁ ଜଣାପଡିଛି। ସର୍ବାଧିକ ଦୂରକୁ ଯାଉଥିବା ଏକ୍ସପ୍ରେସଗୁଡିକରେ ହଁି ଚେନ୍‌ ଟାଣି ଟ୍ରେନ ଅଟକାଯାଇଛି। ରେଲଓ୍ବେ କର୍ତ୍ତୃପକ୍ଷ ଚେନ୍‌ ପୁଲିଂର କାରଣ କିଛି ତଦନ୍ତ କରି ଦର୍ଶାଇଛନ୍ତି। ସେଗୁଡିକ ହେଉଛି ଯାତ୍ରୀ ଡେରିରେ ଆସୁଛନ୍ତି, ସୂଚନା ନ ଶୁଣି ଭୁଲ୍‌ ଟ୍ରେନରେ ଚଢ଼ୁଛନ୍ତି, ଦ୍ୱାର ପାଖରେ ଠିଆ ହୋଇ ମୋବାଇଲ ତଳକୁ ଖସେଇ ଦେବା ଏଭଳି ସବୁ କାରଣ ସର୍ବାଧିକ ପଞ୍ଜୀକୃତ ହୋଇଛି। ଯେଉଁଥିପାଇଁ ଯାତ୍ରୀମାନଙ୍କୁ ଜରିମାନା ଓ ଦଣ୍ଡବିଧାନ ମଧ୍ୟ କରାଯାଇଛି। ଗୁରୁତ୍ୱହୀନ କାରଣ ଯୋଗୁ ଚେନ୍‌ ପୁଲିଂ କଲେ ୧ ହଜାର ଟଙ୍କା ଜରିମାନା ସହ ୧ ବର୍ଷ ଯାଏଁ ଜେଲ୍‌ ଯିବାର ନିୟମ ରହିଛି।
ଉଲ୍ଲେଖଯୋଗ୍ୟ, ଚେନ୍‌ ଟାଣି ଗାଡି ଅଟକାଇବା ଯୋଗୁ ସମ୍ପୃକ୍ତ ଟ୍ରେନ ସହ ପରବର୍ତ୍ତୀ ଟ୍ରେନଗୁଡିକରେ ମାତ୍ରାଧିକ ବିଳମ୍ବ ଘଟିଥାଏ। ଯାହା ରେଲଓ୍ବେର ଏକ ବଡ ସମସ୍ୟା। ଆଉ ତା’ସହ ଥରେ ଟ୍ରେନଟି ଅଟକି ଆଉଥରେ ଗଡିବା ଲାଗି ମାତ୍ରାଧିକ ଇନ୍ଧନ ଓ ବିଦ୍ୟୁତ୍‌ ଖର୍ଚ୍ଚ ହୋଇଥାଏ। ଯାତ୍ରୀଙ୍କ ସାମାନ୍ୟ ହେୟଜ୍ଞାନ ଲାଗି ରେଲଓ୍ବେକୁ ଗୁରୁତ୍ୱପୂର୍ଣ୍ଣ ସମୟ ସହ ବହୁମୂଲ୍ୟ ଅର୍ଥ ବ୍ୟୟ କରିବାକୁ ପଡ଼ିଥାଏ। ଯାହା ଯାତ୍ରୀଙ୍କଠାରୁ ଆଦାୟ କରାଯାଉଥିବା ଜରିମାନା ଅପେକ୍ଷା ଯଥେଷ୍ଟ ଅଧିକ। ତେବେ ରେଲଓ୍ବେ ପକ୍ଷରୁ ସୂଚନାଫଳକ, ମାଇକ ଯୋଗେ ପ୍ରଚାର ଓ ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲେ ବି ଯାତ୍ରୀଙ୍କଠାରେ କୌଣସି ସୁଫଳ ଦେଖିବାକୁ ମିଳୁନି। ଚଳିତବର୍ଷ ରେଳ ସୁରକ୍ଷା ବଳ ୬ଟି ଭିନ୍ନ ଭିନ୍ନ ଦିନରେ ସଚେତନତା କାର୍ଯ୍ୟକ୍ରମ କରି ଯାତ୍ରୀଙ୍କୁ ବୁଝାଇଛି। ଭୁବନେଶ୍ୱର ରେଳ ଷ୍ଟେଶନ ନିର୍ଦ୍ଦେଶକ ଚିତ୍ତରଞ୍ଜନ ନାୟକ ଓ ରେଳ ସୁରକ୍ଷା ବଳର ଥାନାଧିକାରୀ କାଳୁ ସେଠୀ ଯାତ୍ରୀଙ୍କୁ ଅଯଥା ଚେନ୍‌ ନ ଟାଣିବାକୁ ଅନୁରୋଧ କରିଛନ୍ତି। ଟ୍ରେନ ଛାଡିବାର ଆବଶ୍ୟକ ସମୟ ପୂର୍ବରୁ ଆସି ଯାତ୍ରା ଲାଗି ପ୍ରସ୍ତୁତ ରହିବାକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri