Categories: ଖେଳ

୬ ବଲ୍‌ରୁ ୬ ଛକା ମାରିଲେ ରସେଲ୍‌: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୮।୮: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳର ବିସ୍ଫୋରକ ଅଲରାଉଣ୍ଡର ଆଣ୍ଡ୍ରେ ରସେଲଙ୍କ ବ୍ୟାଟିଂ ବିଷୟରେ ସମସ୍ତେ ଭଲଭାବେ ଜାଣିଛନ୍ତି। ସେ କିଛି ସମୟ ପଡ଼ିଆରେ ରୁହନ୍ତି, ତେବେ ବିରୋଧୀ ଦଳର ବୋଲରଙ୍କୁ ପ୍ରହାର କରିଥାନ୍ତି। ସିକ୍ସଟି ଟୁର୍ନାମେଣ୍ଟରେ ମଧ୍ୟ ସମାନ କିଛି ଦେଖିବାକୁ ମିଳିଛି। ବସେଟେରରେ ତ୍ରିନବାଗୋ ନାଇଟ ରାଇଡର୍ସ ପାଇଁ ଖେଳୁଥିବା ରସେଲ ମାତ୍ର ୨୪ ବଲରେ ୭୨ ରନ ସଂଗ୍ରହ କରିଥିଲେ। ଏହି ସମୟ ମଧ୍ୟରେ ସେଣ୍ଟ କିଟ୍ସ ଏବଂ ନେଭିସ ପ୍ୟାଟ୍ରିୟସ୍‌ ବିପକ୍ଷରେ କ୍ରମାଗତ ୬ଟି ଛକା ମାରିଥିଲେ। ଏହି ଦୃଶ୍ୟ ଦେଖି ପଡିଆରେ ଉପସ୍ଥିତ ଦର୍ଶକ ସମ୍ପୂର୍ଣ୍ଣ ଚକିତ ହୋଇଯାଇଥିଲେ। ଏହି ମ୍ୟାଚରେ ରସେଲ ପାଞ୍ଚ ଚୌକା ଓ ୮ଟି ଛକା ମାରିଥିଲେ।
ଆଣ୍ଡ୍ରେ ରସେଲଙ୍କ ଏଭୟଙ୍କର ରୂପ ସପ୍ତମ ଓଭରରେ ଦେଖିବାକୁ ମିଳିଥିଲା। ଡୋମିନିକ ଡ୍ରାକସ ସେଣ୍ଟ କିଟ୍ସ ପାଇଁ ସପ୍ତମ ଓଭର ବୋଲିଂ କରିଥିଲେ। ଡ୍ରାକସଙ୍କ ଏହି ଓଭରର ତୃତୀୟ, ଚତୁର୍ଥ, ପଞ୍ଚମ ଏବଂ ଷଷ୍ଠ ବଲରେ ରସେଲ କ୍ରମାଗତ ୪ଟି ଛକା ମାରିଥିଲେ। ଏହା ପରେ ସେ ଅଷ୍ଟମ ଓଭର ବୋଲିଂ କରିଥିବା ଜନ ରସ ଜାଗେଜରଙ୍କ ପ୍ରଥମ ଦୁଇଟି ବଲରେ କ୍ରମାଗତ ଦୁଇଟି ଛକା ମାରିଥିଲେ। ଏହା ସହ ସେ କ୍ରିକେଟ ଇତିହାସରେ ୬ଟି ବଲରେ ଲଗାତାର ୬ଟି ଛକା ମାରିଥିବା କିଛି ଖେଳାଳିଙ୍କ ତାଲିକାରେ ଯୋଗ ଦେଇଛନ୍ତି।

Share