୬ ବର୍ଷ ବିତିଲା, ଗଡ଼ିଲାନି ସିଟିବସ୍‌

ଭଦ୍ରକ ଅଫିସ,୬।୩ – ଦିନକୁ ଦିନ ଜନାକୀର୍ଣ୍ଣ ହେଉଛି ଭଦ୍ରକ ସହର। ସଡ଼କ ଓ ରେଳ ଯୋଗାଯୋଗ କ୍ଷେତ୍ରରେ ସହର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଥିଲେ ମଧ୍ୟ ଭଦ୍ରକ ପୌରପାଳିକାରେ ସିଟିବସ୍‌ ସେବା ଏଯାଏ ଆରମ୍ଭ ହୋଇପାରି ନାହିଁ। ଫଳରେ ଦିନକୁ ଶତାଧିକ ଯାତ୍ରୀ ହଇରାଣ ହେଉଛନ୍ତି। ନଗର ଉନ୍ନୟନ ବିଭାଗ ପକ୍ଷରୁ ସିଟିବସ୍‌ ସେବା ଯୋଗାଇବା ସକାଶେ ୨୦୧୪ରେ ଉଦ୍ୟମ ହୋଇଥିଲା। ହେଲେ ଉପଯୁକ୍ତ ଭିତ୍ତିଭୂମି ନ ଥିବାରୁ ଏହି ସେବା ଆରମ୍ଭ ହୋଇପାରୁ ନାହିଁ। ଏହାମଧ୍ୟରେ ୬ ବର୍ଷ ବିତିଗଲାଣି। ବୈଠକ ପରେ ବୈଠକ ବସିଛି। କିନ୍ତୁ ଏହା କାର୍ଯ୍ୟକାରୀ ହେଉନି। ବାଲେଶ୍ୱର-ଭଦ୍ରକ ଅର୍ବାନ୍‌ ଟ୍ରାନ୍ସପୋର୍ଟ ଟ୍ରଷ୍ଟ ନାମରେ କମିଟି ଗଠନ କରାଯାଇ ଏହି ଦୁଇ ଜିଲାର ଏନ୍‌ଏସି ଓ ସହର ମୁଖ୍ୟାଳୟକୁ ସିଟିବସ୍‌ ସେବା ଯୋଗାଇବା ଯୋଜନା କେବଳ ପରିକଳ୍ପନାରେ ଅଟକି ରହିଛି।
୧୯୫୦ମେ ୮ରେ ମାତ୍ର ୧୨ଟି ୱାର୍ଡକୁ ନେଇ ଭଦ୍ରକ ଏନ୍‌ଏସି ଘୋଷଣା ହୋଇଥିଲା। ଦୀର୍ଘ ୨୮ବର୍ଷ ପରେ ୧୯୮୮ ମେ ୨୩ରେ ଏହାକୁ ପୌରାଞ୍ଚଳ ଘୋଷଣା କରାଗଲା। ଏନ୍‌ଏସି ବେଳେ ଥିବା ୧୨ଟି ୱାର୍ଡ କ୍ରମେ ବୃଦ୍ଧି ପାଇ ୩୦ଟି ୱାର୍ଡ ହୋଇଥିଲା। ଭଦ୍ରକ ପୌରାଞ୍ଚଳ ହେବାର ଏହାମଧ୍ୟରେ ୩୨ ବର୍ଷ ବିତିଗଲାଣି। ଭଦ୍ରକ ମଧ୍ୟ ସବ୍‌ଡିଭିଜନରୁ ଜିଲାର ମାନ୍ୟତା ପାଇଛି। ଜିଲା ସଦରମହକୁମାରେ ଥିବା ଏହି ପୌରାଞ୍ଚଳରେ ଯେଭଳି ବିକାଶ ହେବା କଥା ତାହା ହୋଇପାରି ନାହିଁ। ସହରର ଜନସଂଖ୍ୟା ବଢ଼ିବା ସାଙ୍ଗକୁ ଆୟତନ ବଢ଼ିଛି। ଲୋକଙ୍କ ଗମନାଗମନର ସୁବିଧା ସକାଶେ ପୌରପାଳିକା ପକ୍ଷରୁ କିଛି ବ୍ୟବସ୍ଥା କରାଯାଇ ନାହିଁ। ରାନ୍ଦିଆସ୍ଥିତ ଫେକର ପାୱାର ପ୍ଲାଣ୍ଟ ଅଞ୍ଚଳରୁ ସହର ଆରମ୍ଭ ହୋଇ ଇଚ୍ଛାପୁର ପର୍ଯ୍ୟନ୍ତ ଲମ୍ବିଛି। ମା’ ଭଦ୍ରକାଳୀ ପୀଠଠାରୁ ଏହାର ପରିସୀମା ବୃଦ୍ଧି ପାଇ କୋରକୋରା, ଅର୍ଣ୍ଣପାଳ, ଗେଲଟୁଆ ଓ ନଳାଙ୍ଗ ପର୍ଯ୍ୟନ୍ତ ସହର ବଢ଼ି ଚାଲିଛି। ଚରମ୍ପାରୁ ରାଜପଥ କଡ଼ରେ ରାଣୀତାଲ ଯାଏ ସହର ବୃଦ୍ଧି ପାଇଛି। ପୌରପାଳିକାର ୱାର୍ଡ ପୁନର୍ଗଠନ ହେଲେ ୧୦ ସିଟିବସ୍‌ ଚାଲିବ ବୋଲି ନିଷ୍ପତ୍ତି ହୋଇଥିଲା। ତଦନୁଯାୟୀ ଭଦ୍ରକ ପୌରପାଳିକା ବସ୍‌ଷ୍ଟାଣ୍ଡ ଲାଗି ୪ ଏକର ଜାଗା ଏବଂ ନଗର ଉନ୍ନୟନ ବିଭାଗ ସିଟିବସ୍‌ ଯୋଗାଇ ଦେବା ବ୍ୟବସ୍ଥା ହୋଇଥିଲା। ପୌରପାଳିକା ଏହାର ପରିଚାଳନା କରିବ ବୋଲି ସ୍ଥିର ହୋଇଥିଲା। ଭଦ୍ରକ ସହର ମଧ୍ୟଭାଗରେ ଥିବା ପୁରୁଣା ବସ୍‌ଷ୍ଟାଣ୍ଡ, ଚରମ୍ପା ଓଏସ୍‌ଆର୍‌ଟିସି ବସ୍‌ଷ୍ଟାଣ୍ଡକୁ ଆଖି ଆଗରେ ରଖି ପୌରପାଳିକା ପ୍ରସ୍ତାବ ଦେଇଥିଲା। ମାତ୍ର ଏହା ପ୍ରସ୍ତାବରେ ଅଟକି ରହିଛି। ଏହି ଟ୍ରଷ୍ଟ କମିଟିରେ ଦୁଇ ଜିଲାର ଜିଲାପାଳ, ଏସ୍‌ପି, ଆର୍‌ଟିଓ ଓ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀମାନେ ସଦସ୍ୟ ଅଛନ୍ତି। ବାଲେଶ୍ୱର ଜିଲାପାଳ ଟ୍ରଷ୍ଟର ଅଧ୍ୟକ୍ଷ ଅଛନ୍ତି। ଏହି ସମୟରେ ଯୋଜନା ହୋଇ ବାଲେଶ୍ୱର ସହରରେ ସିଟିବସ୍‌ ସେବା ଆରମ୍ଭ କରାଯାଇଥିବାବେଳେ ଭଦ୍ରକରେ ଆରମ୍ଭ ହୋଇନି। ଯୋଜନା ପ୍ରାରମ୍ଭରୁ ଭଦ୍ରକରୁ ବାସୁଦେବପୁର, ଧାମନଗର ଓ ଚାନ୍ଦବାଲି ସିଟିବସ୍‌ ଚଳାଚଳ କରିବ ବୋଲି ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା, ଯାହା କି ଏଯାଏ କାର୍ଯ୍ୟକାରୀ ହୋଇପାରିଲାନି। ଏ ସମ୍ପର୍କରେ ଭଦ୍ରକ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋରମା ଭୂୟାଁଙ୍କୁ ପଚାରିବାରୁ କହିଛନ୍ତି, ସରକାରୀ ଯୋଜନା ଥିଲା ଏବଂ ବାଲେଶ୍ୱରରେ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଥିଲା। ସେଠାରେ ଏହି ସେବା ଏବେ ବନ୍ଦ। ଏଣୁ ବିଭାଗ ପକ୍ଷରୁ ଭଦ୍ରକରେ ସିଟିବସ୍‌ ଚଲାଇବା ଯୋଜନା ସାମୟିକ ଭାବେ ବନ୍ଦ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri