୬ ବର୍ଷର ଝିଅ ନିଜ ରୋଜଗାରରେ ପରିବାରକୁ ଦେଲେ ୫ ମହଲା ବିଶିଷ୍ଟ ବିଳାସମୟ ଘର

ସିଓଲ,୨୭।୭: ଦକ୍ଷିଣ କୋରିଆରେ ୬ ବର୍ଷର ଜଣେ ବାଳିକା ୟୁଟ୍ୟୁବରେ ରୋଜଗାର କରିଛନ୍ତି ୫୫ କୋଟି ଟଙ୍କା। ଏହି ରୋଜଗାରରେ ସେ ସିଓଲଠାରେ ଏକ ୫ ମହଲା ବିଶିଷ୍ଟ ବିଳାସମୟ ଘର କିଣିଛନ୍ତି। ଏହି ଘରଟି ୨୫୮ ବର୍ଗମିଟରେ ତିଆରି କରାଯାଇଛି। ବୋରମ ନାମକ ବାଳିକାଙ୍କର ରହିଛି ଏକ ଟୟ ରିଭ୍ୟୁ ଚ୍ୟାନେଲ। ଏହାର ସବ୍‌ସ୍କ୍ରାଇବର ସଂଖ୍ୟା ୧.୩ କୋଟି। ସେହିପରି ଅନ୍ୟଏକ ୟୁଟ୍ୟୁବ ଚ୍ୟାନେଲ ହେଉଛି ଭିଡିଓ ବ୍ଲଗର। ଏହାର ସବ୍‌ସ୍କ୍ରାଇବର ସଂଖ୍ୟା ୧.୭୬ କୋଟି। ଏଥିରେ ସେ ନିଜ ପରିବାରର ଦୈନନ୍ଦିନ ଜୀବନର ଭିଡିଓ ତିଆରି କରି ପକାଇଥାଆନ୍ତି। ତେବେ ବୋରମଙ୍କର ୟୁଟ୍ୟୁବ ଚ୍ୟାନେଲ ଦକ୍ଷିଣ କୋରିଆର ସର୍ବାଧିକ ସବ୍‌ସ୍କ୍ରାଇବର ଥିବା ଚ୍ୟାନେଲ ବୋଲି କୁହାଯାଏ। ଏସବୁକୁ ତାଙ୍କ ପରିବାର ଲୋକେ ମିଶି ଚଳାଇଥାଆନ୍ତି ବୋଲି କୁହାଯାଏ।

Share