୬ ବଖରା ଭସ୍ମ, ୩ ଲକ୍ଷର କ୍ଷୟକ୍ଷତି

କଣିହାଁ, ୧୫ା୪(ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ବ୍ଲକ ଦଲକ ଗ୍ରାମରେ ବୁଧବାର ପୂର୍ବାହ୍ନ ୧୧ଟାରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଚନ୍ଦ୍ରମଣି ଗଡନାୟକ ଓ ଭୋଳା ଗଡନାୟକଙ୍କ ୬ ବଖରା ବାସଗୃହ ସହ ଗୁହାଳ ଘର ସମ୍ପୂର୍ଣ୍ଣ ଜଳିଯାଇଛି । ବିଦ୍ୟୁତ ଶର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଖବରପାଇ କଣିହାଁ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।  ଏଥିରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡିଛି ବୋଲି ଅଗ୍ନିଶମ ଅଧତ୍କାରୀ ରୋହିତ ବେହେରା କହିଛନ୍ତି । କଣିହାଁ ତହସିଲଦାର ରବୀନ୍ଦ୍ର ସାମଲ, ବିଡିଓ ରମେଶ କୁମାର ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଅଗ୍ନିବିପନ୍ନ ପରିବାରକୁ ପଲିଥିନ  ଓ ଖାଦ୍ୟ ସାମଗ୍ରୀ ଯୋଗାଇଥିବା ଜଣାପଡିଛି । ତୁରନ୍ତ ସେମାନଙ୍କୁ ବାସଗୃହ ସହ ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇଦେବାକୁ ବିଜେଡି ଯୁବନେତା ଜୟନ୍ତ କୁମାର ପ୍ରଧାନ ଦାବି କରିଛନ୍ତି ।
ଫଟୋ-


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀ ଏକ୍ସପ୍ରେସରେ ଅଜଣା ପାର୍ସଲ: ଆତଙ୍କ ଖେଳାଉଛି…

ଭୁବନେଶ୍ୱର,୧୦।୧୨: ଅଜଣା ପାର୍ସଲକୁ ନେଇ ରାଜଧାନୀ ଏକ୍ସପ୍ରେସରେ ଆତଙ୍କ ଖେଳିଯାଇଛି। ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସରେ ଲୋକେ ଭୟଭୀତ। ଝାଡ଼ଖଣ୍ଡରେ RPF ପକ୍ଷରୁ ତନାଘନା...

ଅପଦସ୍ତ ହେଲେ ନିଶା ମହାରଣା: ପେଣ୍ଡାଲ ଉପରକୁ ଚେୟାର ଫୋପାଡିଲେ ଦର୍ଶକ

ଲକ୍ଷ୍ମୀପୁର,୧୦।୧୨(ଅନନ୍ତ ପ୍ରସାଦ ନାୟକ): ପୁଣି ବିବାଦୀୟ ଯାତ୍ରୀ କଳାକାର ନିଶା ମହାରଣାଙ୍କ ପାଇଁ ସୃଷ୍ଟି ହୋଇଛି ଉତ୍ତେଜନା। କୋରାପୁଟ ଲକ୍ଷ୍ମୀପୁରରେ ଅନୁଷ୍ଠିତ ହେଉଥିବା ଅଷ୍ଟଶମ୍ଭୁ ଅପେରାରେ...

ସମ୍ପର୍କର ସେତୁ ସାପ୍ତାହିକ ହାଟ: ମିଳୁଛି ଭଳିକି ଭଳି ସାମଗ୍ରୀ, ବଢୁଛି ଭାଇଚାରା

ଦାରିଙ୍ଗବାଡି,୧୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର ଦାରିଙ୍ଗବାଡିର ବ୍ରାହ୍ମଣୀଗାଁ ସମେତ କାଟିଙ୍ଗିଆ, ଗଦାପୁର, ସିକରମାହା, ଦାରିଙ୍ଗବାଡି, ସିମନବାଡି, ବୁଡାମାହା ଛକ, ବୁଡ଼ାଗୁଡା ଠାରେ ବିଭିନ୍ନ ଦିନ ମାନଙ୍କରେ...

୧୬ ବର୍ଷ ପରେ ହତ୍ୟା ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର,୧୦/୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଁପଲ୍ଲୀ ଗ୍ରାମର ଟୁକୁନା ନାଇକଙ୍କୁ ପୋଲିସ ଏକ ହତ୍ୟା ମାମଲାରେ ସୋମବାର ଗିରଫ କରିଛି। ଏହାପରେ ତାଙ୍କୁ...

ଭଞ୍ଜନଗରରେ ଖୁସିର ଲହରୀ: ପ୍ରଦ୍ୟୁମ୍ନ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି

ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ୍ନ କୁମାର ନାୟକଙ୍କୁ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଭାବେ ମଙ୍ଗଳବାର ନିଯୁକ୍ତି ଦିଆଯାଇଛି। ଏହି ଖବର...

ଚାଷୀ ମହଲରେ ଚାଞ୍ଚଲ୍ୟ, ଚର୍ଚ୍ଚାରେ ନିଷ୍ପତ୍ତି: କଟନୀଛଟନୀକୁ ସରକାରୀ ମୋହର୍‌!

ବରଗଡ଼,୧୦।୧୨(ପ୍ରେମାନନ୍ଦ ଖମାରୀ): ଧାନ ସଂଗ୍ରହ ପ୍ରକ୍ରିୟାରେ କଟନୀଛଟନୀ ନୂଆ କଥା ନୁହେଁ। ପ୍ରତିବର୍ଷ ବିଭିନ୍ନ ଆଳ ଦେଖାଇ ଧାନ କଟନୀଛଟନୀ ହୋଇଥାଏ। କେତେବେଳେ ମଣ୍ଡିରେ ତ...

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri