Categories: ଜାତୀୟ

୬ ଦିନ ମଧ୍ୟରେ ଦ୍ୱିତୀୟଥର କେ-୪ ବାଲିଷ୍ଟିକ କ୍ଷେପଣାସ୍ତ୍ରର ହେଲା ସଫଳ ପରୀକ୍ଷଣ

ବିଶାଖାପାଟନମ,୨୪।୧: ସରକାରୀ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି ଯେ ମାତ୍ର ୬ ଦିନ ମଧ୍ୟରେ ଦ୍ୱିତୀୟଥର ଭାରତ କେ-୪ ବାଲିଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ୩୫୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିବାର କ୍ଷମତା ରଖୁଥିବା ଏହି କ୍ଷେପଣାସ୍ତ୍ରକୁ ବିଶାଖାପାଟନମ ଉପକୂଳରେ ପରୀକ୍ଷା କରାଯାଇଛି। ଡିଆର୍‌ଡିଓ ଦ୍ୱାରା ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମାଣ କରାଯାଇଥିବା ଏହି କ୍ଷେପଣାସ୍ତ୍ରକୁ ଶୁକ୍ରବାର ପାଣିତଳ ପ୍ଲାଟଫର୍ମରେ ପରୀକ୍ଷା କରାଯାଇଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ରବିବାର ୩୫୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରୁଥିବା ଏକ ମଧ୍ୟବର୍ଗ କ୍ଷେପଣାସ୍ତ୍ରର ମଧ୍ୟ ସଫଳ ପରୀକ୍ଷା କରାଯାଇଥିଲା। ଏହି କ୍ଷେପଣାସ୍ତ୍ର ପରମାଣୁ ଅସ୍ତ୍ର ବହନ କରିବାର କ୍ଷମତା ରଖିଛି। ଏହି କ୍ଷେପଣାସ୍ତ୍ର ପରୀକ୍ଷା ଫଳରେ ଜଳଭାଗରେ ଭାରତର ଶକ୍ତି ବୃଦ୍ଧି ହୋଇଛି।

Share