୬ କାର୍ଯ୍ୟରତ କର୍ମଚାରୀ କରୋନା ଆକ୍ରାନ୍ତ

କେନ୍ଦ୍ରାପଡ଼ା ଅଫିସ/ମାର୍ଶାଘାଇ(ଡି.ଏନ୍‌.ଏ.),୩୧ା୫- କେନ୍ଦ୍ରାପଡା ଜିଲାରେ ରବିବାର ୧୮ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬ ଜଣ ଅଙ୍ଗନୱାଡି କର୍ମୀ, ଆଶାକର୍ମୀ ଓ ସଫେଇ କର୍ମଚାରୀ ରହିଛନ୍ତି। ଏହି କର୍ମଚାରୀମାନେ କେନ୍ଦ୍ରାପଡା ବ୍ଲକ ପେଣ୍ଠପାଳ ଓ ମାର୍ଶାଘାଇ ବ୍ଲକ ଅଞ୍ଚଳର ସଙ୍ଗରୋଧ କେନ୍ଦ୍ରରେ କାର୍ଯ୍ୟରତ ଥିଲେ ା ଆକ୍ରାନ୍ତମାନଙ୍କୁ ଡେରବିଶ୍‌ ବ୍ଲକର ଛତାସ୍ଥିତ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏମାନଙ୍କୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯ରେ ପହଞ୍ଚତ୍ଛି ବୋଲି ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ସେ କହିଛନ୍ତି, ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଗୁଜରାଟ, ୪ ତାମିଲନାଡୁ ଓ ୨ ଜଣ ପଶ୍ଚିମବଙ୍ଗରୁ ଆସିଛନ୍ତି। ଜିଲାରେ ପହଞ୍ଚତ୍ବା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା। ପେଣ୍ଠପାଳ ଓ ମାର୍ଶାଘାଇ ସଙ୍ଗରୋଧ କେନ୍ଦ୍ରରେ କାର୍ଯ୍ୟ କରୁଥିବା ୬ କର୍ମଚାରୀ ସଂକ୍ରମିତ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଏଥିସହ ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ ଘରକୁ ସର୍ତ୍ତମୂଳକ ଭାବେ ଛଡାଯାଇଥିବା ପ୍ରବାସୀଙ୍କ ମଧ୍ୟରୁ କେତେଜଣ ଆକ୍ରାନ୍ତ ଥିବା ଜଣାଯାଇଛି। ଏହା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଗ୍ରାମଗୁଡ଼ିକ ବିଶୋଧନ କରାଯାଇଛି। ଜିଲାରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଅଦ୍ୟାବଧି ୫୭ ଜଣ ସୁସ୍ଥଥିବା ସୂଚନା ମିଳିଛି।