କେସିଙ୍ଗା୧୮।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନାଞ୍ଚଳ ଅଧିନସ୍ଥ ନୂନମାଠ ଗ୍ରାମ ନିକଟରେ ଥିବା ଜଙ୍ଗଲକୁ ଖାଦ୍ୟ ଅନ୍ବେଷଣରେ ୩୫ ଟିକିଆ ହାତୀପଲ ଗତକାଲି ଗାଁ ମୁହାଁ ହୋଇ ନୂନମାଠ ଗ୍ରାମକୁ ପଶି ଆସିଥିଲେ। ହାତୀ ପଲ ଧାନ ଖାଇବାକୁ ବଲାଙ୍ଗିର ଜିଲା ପଟୁ ପଶି ଆସିଥିଲେ। ଚାଷୀ ଧାନ ଚାଷ ଆରମ୍ଭ କରିବା ଦିନଠୁ କେତେବେଳେ ଧାନ ପଲା ଖାଇଲା ତ କେବେ କଦଳୀ ବାରି ରେ ପଶି କଦଳୀଗଛ ଭାଙ୍ଗି କଦଳୀ ଖାଇ ଚାଷୀଙ୍କୁ ହଇରାଣ କରିଥିବା ହାତୀପଲ ବର୍ତ୍ତମାନ ପାଚିଲା ଧାନ ଖାଇବାକୁ ଖଳା ମୁହାଁ ହେଉଛନ୍ତି। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଲିଛି କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ନୁନ ମାଠଠାରେ ଏକ ଛୋଟ ହାତୀ ଛୁଆ ହାତୀ ପଲରୁ ଅଲଗା ହୋଇ ଯାଇଥିଲା ଗ୍ରାମବାସୀ ବନ ବିଭାଗରକୁ ଖବର ଦେଇଥିଲେ।
ଖବର ପାଇ କସୃପଡ଼ା ଫରେଷ୍ଟର ବିଶିକେସନ କରୁଆଁ ବନ ବିଭାଗର ସଦଳବଳେ ଘଟଣାସ୍ଥଳକୁ ଯାଇ ହାତୀ ଛୁଆକୁ ଉଦ୍ଧାର କରିଥିଲେ। ଗୁରୁତର ଛୁଆ ହାତୀକୁ ପ୍ରାଥମିକ ଚିକିତ୍ସା ପାଇଁ ଫରେଷ୍ଟର ସଙ୍ଗେ ସଙ୍ଗେ ଉତ୍ତର ବନଖଣ୍ଡ ଅଧିକାରୀ ରମେଶ ବିସ୍ନୋଇଙ୍କୁ ଜଣାଇଲା ଏହି ଖବର ଶୁଣି କେସିଙ୍ଗା ରେଞ୍ଜ ଅଧିକାରୀ ସିଗ୍ଧାସରିତା ବଳିଆରସିଂ କେସିଙ୍ଗା ପ୍ରାଣୀସମ୍ପଦ ବିଭାଗ ଖବର ଦେଇଥିଲେ। ପ୍ରାଣୀସମ୍ପଦ ବିଭାଗ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଚିକିତ୍ସା କରିଥିଲେ। ଉଦ୍ଧାର ହାତୀ ଛୁଆଟି ମାତ୍ର ୩ ରୁ ୪ ମାସର ବୋଲି ବନ ବିଭାଗ ପ୍ରକାଶ କରିଛି। ଛୁଆ ହାତୀର ନାଭି ପାଖରେ ଆଘାତ ଲାଗିଛି। ପରେ ବନ ବିଭାଗ ପକ୍ଷରୁ ପଶୁ ଡାକ୍ତରଖାନରୁ ସତନ୍ତ୍ର ଏକ ଟିମକୁ ଡକାଇ ଛୁଆ ହାତୀର ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଅଧିକ ଚିକିତ୍ସା ନିମନ୍ତେ ହାତୀ ଛୁଆଟିକୁ ଭବାନୀପାଟଣା ଜିଲା ପ୍ରାଣୀସମ୍ପଦ ବିଭାଗକୁ ସ୍ଥାନାନ୍ତରିତ କରାଯାଇଛି।
ଏହି ଅଞ୍ଚଳର ଫରେଷ୍ଟର କରୁଆଁଙ୍କ କହିବା ଅନୁଯାୟୀ, ବଲାଙ୍ଗୀର ଜିଲା ପଟୁ ଏକ ୩୫ ଟିକିଆ ହାତୀ ପଲ ଗତକାଲି ରାତିରେ କଳାହାଣ୍ଡି ଜିଲାକୁ ପ୍ରବେଶ କରିଥିଲେ। ଛୁଆ ହାତୀଟି କୌଣସି ଏକ ନାଳ ନର୍ଦ୍ଦମା ଡେଉଁଥିବା ବେଳେ କୌଣସି ଗଛ କିମ୍ବା କାଠ ହାତୀ ଛୁଆର ନାଭିରେ ଲାଗିଯିବାରୁ ଛୁଆ ହାତୀର ନାଭି ପାଖରେ କ୍ଷତ ଘଟିଛି। ତେଣୁ ହାତୀଟି ଚାଲିନପାରି ରହିଯାଇଥିଲା। ହାତୀ ଛୁଆଟି ପୁଣିଥରେ ପୂର୍ଣ୍ଣ ସୁସ୍ଥ ହେଲେ ଡ଼ିଏଫଓଙ୍କ ନିର୍ଦ୍ଦେଶ ପରେ ପୁଣି ସେହି ଛୋଟ ହାତୀକୁ ତା ମାଁ ପାଖରେ ଛାଡି ଦିଆଯିବ ବୋଲି କେସିଙ୍ଗା ବନାଞ୍ଚଳ ଅଧିକାରୀ ପ୍ରକାଶ କରିଛନ୍ତି। ବର୍ତ୍ତମାନ ୩୫ ଟିକିଆ ହାତୀ ପଲ ନୁନମାଠ ଜଙ୍ଗଲରେ ହିଁ ଅଛନ୍ତି। ହାତୀ ପଲକୁ ବିଭାଗ ପକ୍ଷରୁ ଟ୍ରାକ କରାଯାଉଛି।
Dharitri – Odisha’s No.1 Odia Daily


