୬୬ରୁଟ୍‌ରୁ ୨୦ରେ ଲୋକ ହେଉନାହାନ୍ତି, ବନ୍ଦ ହେବ ଓଏସ୍‌ଆର୍‌ଟିସି ବସ୍‌ ଚଳାଚଳ: ମନ୍ତ୍ରୀ

ଭୁବନେଶ୍ୱର,୧୩।୬(ବ୍ୟୁରୋ): ରାଜ୍ୟରେ ଓଏସ୍‌ଆର୍‌ଟିସି ବସ୍‌ ଚଳାଚଳ ହେଉଛି। ହେଲେ ୬୬ରୁଟ୍‌ରୁ ୨୦ ରୁଟ୍‌ରେ ଲୋକ ହେଉ ନାହାନ୍ତି। ୨ରୁ ୩ ଜଣ ଲୋକ ହେଉଛନ୍ତି, ଅତି ବେଶିରେ ୫ ଜଣ ଯାତ୍ରା କରୁଛନ୍ତି। ଏଥିରେ ଅଧିକ କ୍ଷତିରେ ହେଉଛି। କେତେ କ୍ଷତି ସହିବୁ। ବାଧ୍ୟ ହୋଇ ଆଗାମୀ ଦିନରେ ବସ୍‌ ଚଳାଚଳ ବନ୍ଦ ହେବ ବୋଲି ଶନିବାର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।

ଏହାଛଡ଼ା ଆନ୍ତଃରାଜ୍ୟ ବସ୍‌ ଚଳାଚଳ ନେଇ ମନ୍ତ୍ରୀ କହିଛନ୍ତି ଯେ, ଏବେ ସୁଦ୍ଧା ବସ୍‌ ଚଳାଚଳ ନେଇ ନିଷ୍ପତ୍ତି ନିଆଯାଇନାହିଁ। ଏପରିକି କୌଣସି ରାଜ୍ୟ ସହ କଥା ହୋଇନାହୁଁ। ରଥଯାତ୍ରା ପାଇଁ ବସ୍‌ ଚଳାଚଳ ନେଇ କୌଣସି ଆଲୋଚନା ହୋଇନାହିଁ। ସବୁବେଳେ ରଥଯାତ୍ରା ପୂର୍ବରୁ ୨ ଥର ବୈଠକ ବସେ। ଏପର୍ଯ୍ୟନ୍ତ ହୋଇନାହିଁ। ତେବେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବିଭାଗ କାର୍ଯ୍ୟ କରିବ ବୋଲି ମନ୍ତ୍ରୀ କହିଛନ୍ତି।

Share