Categories: ଜାତୀୟ

୬୦ ପ୍ରତିଶତ ଭାରତୀୟ କମ୍ପାନୀ ଉପରେ ସାଇବର ଆକ୍ରମଣ ଆଶଙ୍କା: ଆଗାମୀ ୫ ବର୍ଷରେ ୩ ଶହ ୬୦ ଲକ୍ଷ କୋଟି ହେବ କ୍ଷତି

ନୂଆଦିଲ୍ଲୀ,୧୮।୪: ଭାରତରେ ଡିଜିଟାଲକରଣ ଧାରା ଜାରି ରହିଛି। ତେବେ ୬୦ ପ୍ରତିଶତ ଭାରତୀୟ କମ୍ପାନୀ ଉପରେ ସାଇବର ଆଶଙ୍କା ଭୟ ରହିଛି। ଏହାଦ୍ୱାରା ଆଗାମୀ ୫ ବର୍ଷ ଅର୍ଥାତ୍‌ ୨୦୨୪ ବେଳକୁ ସାଇବର ଆକ୍ରମଣ ଯୋଗୁ ୩ଶହ ୬୦ କୋଟି ଲକ୍ଷ ଟଙ୍କା କ୍ଷତି ହେବ। ଏନେଇ ଆୟରଲାଣ୍ଡ ଡବଲିନ୍‌ରେ କାର୍ଯ୍ୟକରୁଥିବା ଅନ୍ତର୍ଜାତୀୟ ସଂସ୍ଥା ଆସେନଚର ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ସର୍ଭେରେ ୭୭ ପ୍ରତିଶତ ଲୋକ ମତ ଦେଇଛନ୍ତି ଯେ, ଡିଜିଟାଲ ଇକୋନୋମିର ବିକାଶ ପାଇଁ ଇଣ୍ଟରନେଟ୍‌ ସିକ୍ୟୁରିଟି ଗୁରୁତ୍ୱପୂର୍ଣ୍ଣ। ଆସେନଚର ପକ୍ଷରୁ ଏନେଇ ୧୭ ଶହ ସୂଚନା ପ୍ରଯୁକ୍ତି କମ୍ପାନୀର ସିଇଓଙ୍କ ମତାମତ ସଂଗ୍ରହ କରାଯାଇଥିଲା। ଏଥିରେ ଭାରତର ଶହେ ଜଣ ସିଇଓ ଥିଲେ।

Share