୬୦ତମ ନନ୍ଦନକାନନ ପ୍ରତିଷ୍ଠା ଦିବସ: ୫ ଏନ୍‌କ୍ଲୋଜର ଲୋକାର୍ପଣ

ବାରଙ୍ଗ,୩୦।୧୨(ଡି.ଏନ.ଏ)- ପ୍ରାଣୀ ଉଦ୍ୟାନ ନନ୍ଦନକାନନ ରବିବାର ୬୦ ପୂରି ୬୧ ବର୍ଷରେ ପଦାର୍ପଣ କରିଛି। ଏ ନେଇ ନନ୍ଦନକାନନ ତା’ର ୬୦ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଏହି ୬୦ବର୍ଷ ମଧ୍ୟରେ ବହୁ ଜୀବଜନ୍ତୁ ହରାଇଛି ସତ କିନ୍ତୁ କଳାଲୋମଯୁକ୍ତ ବାଘଛୁଆ ଜନ୍ମ କରି ଅନ୍ୟ ଚିଡିଆଖାନା ପାଇଁ ଉଦାହରଣ ସୃଷ୍ଟି କରିବାରେ ନନ୍ଦନକାନନ ସକ୍ଷମ ହୋଇପାରିଛି। ପ୍ରତିବର୍ଷ ପର୍ଯ୍ୟଟକଙ୍କ ପାଇଁ ନୂଆ ଭେଟି ଦେଉଥିବା ନନ୍ଦନକାନନ ଏଥର ପ୍ରତିଷ୍ଠା ଦିବସରେ ୫ଟି ନୂଆ ଏନକ୍ଲୋଜର ଲୋକାର୍ପଣ କରିଛି। ତାହା ହେଲା କଳାଲୋମଯୁକ୍ତ ବାଘଛୁଆ, ଧୂସର ଗଧିଆ, କାପୁଚିନ, ନାଲିହାତିଆ ତାମାରିନ ଓ ଗୁଣ୍ଡୁଚି ମାଙ୍କଡ଼।
ଏହି ଅବସରରେ ନନ୍ଦନକାନନ ନିର୍ଦ୍ଦେଶକ ଶଶି ପଲଙ୍କ ସଭାପତିତ୍ୱରେ ନନ୍ଦନକାନନ ପରିସରରେ ଏକ ସଭା ଆୟୋଜନ ହୋଇଥିଲା। ଏଥିରେ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଡ.ହରିଶଙ୍କର ଉପାଧାୟ ମୁଖ୍ୟଅତିଥି, ସମ୍ମାନିତ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ପ୍ରମୁଖ ଯୋଗଦେଇଥିଲେ। ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାଶ ସ୍ବାଗତ ଭାଷଣ ଦେବା ପରେ ଅତିଥିମାନେ ୫ଟି ଏନ୍‌କ୍ଲୋଜର ଉଦ୍‌ଘାଟନ କରିଥିଲେ। ବିଧାୟକ ରାଉତରାୟ ଅଣ୍ଡିରା ବାଘଛୁଆଦ୍ୱୟଙ୍କ ନାମ ବସୁ ଓ ସ୍ପନ୍ଦନ ରଖିବା ପରେ ମା’ ରେଣୁକା ସହ ଛୁଆଦ୍ୱୟଙ୍କୁ ୩୩ଏ ଏନକ୍ଲୋଜରରେ ଛଡାଯାଇଥିଲା। ଏହି ଅବସରରେ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନର ୧୯ଜଣ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା। ନୂଆକରି ପ୍ରକୃତି ଏବଂ ପ୍ରାଣୀବିଜ୍ଞାନ ଆପ୍‌, ବାର୍ଷିକ ପୁସ୍ତିକା ଓ କ୍ୟାଲେଣ୍ଡରକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ୧୦୮୭ ବର୍ଗମିଟର ପରିମିତ ଜାଗାରେ ୫୩.୮୪ ଲକ୍ଷ ଟଙ୍କାର ବ୍ୟୟବରାଦରେ ନିର୍ମିତ ଏନକ୍ଲୋଜରରେ ଏକ ମାଈ ଧୂସର ଗଧିଆକୁ ଛଡାଯାଇଥିଲା। ସେହିଭଳି ୨୦ଲକ୍ଷ ଟଙ୍କାର ବ୍ୟୟରେ ୨୮୧.୨୫ ବର୍ଗମିଟର ଜାଗାରେ ନିର୍ମିତ ୩ଟି ଏନକ୍ଲୋଜରରେ କାପୁଚିନ, ନାଲିହାତିଆ ତାମାରିନ, ଗୁଣ୍ଡୁଚିମାଙ୍କଡକୁ ରଖାଯାଇଛି। ୨୨ ଡିସେମ୍ବର ୨୦୧୮ରେ ସମ୍ରାଟ ଓ ରେଣୁକାର ଔରସରୁ ଜନ୍ମ କରିଥିବା ଦୁଇଟି କଳାଲୋମଯୁକ୍ତ ବାଘଛୁଆଙ୍କୁ ନବନିର୍ମିତ ୩୩ଏ ଏନକ୍ଲେଜରରେ ଛଡାଯାଇଥିଲା। ଏହାସହ ନନ୍ଦନକାନନରେ ସିଂହ ସଂଖ୍ୟା ବୃଦ୍ଧି ପାଇଁ ଯୋଜନା ଚାଲିଥିବାବେଳେ ସିଂହ ପ୍ରଜନନ କେନ୍ଦ୍ର ଖୋଲିବ ବୋଲି ମୁଖ୍ୟ ବନ ସଂରକ୍ଷକ ଉପାଧାୟ କହିଥିଲେ। ୧୧ଟି ପଶୁପକ୍ଷୀକୁ ନେଇ ଆରମ୍ଭ ହୋଇଥିବା ନନ୍ଦନକାନନରେ ଏବେ ୧୫୮ପ୍ରଜାତିର ୩୬୦୦ଟି ପଶୁପକ୍ଷୀ ଅଛନ୍ତି। ଚଳିତବର୍ଷ ୬୦ଟି ଜୀବଜନ୍ତୁଙ୍କ ମୃତ୍ୟୁ ଘଟିଥିବାବେଳେ ୨୫୮ ଜନ୍ମ ହୋଇଛନ୍ତି। ବଂଶ ଲୋପ ପାଇଯାଉଥିବା ପଶୁପକ୍ଷୀଙ୍କୁ ଆଣିବା ପାଇଁ କମଳା ନେହେରୁ ପ୍ରାଣୀ ସଂଗ୍ରହାଳୟ, ଇନ୍ଦୋର, ରାଜସ୍ଥାନ ଆଦି ଚିଡିଆଖାନା ସହ କଥାବାର୍ତ୍ତା ଚାଲିଛି। ସେଠାରୁ ଚିତାବାଘ, ଗଣ୍ଡା, ଜେବ୍ରା ଆଦି ପଶୁପକ୍ଷୀ ଆସିବେ। ଏହାସହ ୩ ମାସରେ ଶିଶୁ ରେଳଗାଡି ଓ ୨୦୨୦ ଶେଷସୁଦ୍ଧା ରୋପଓ୍ବେ ଚାଲିବ ବୋଲି ନନ୍ଦନକାନନ ନିର୍ଦ୍ଦେଶକ ଶଶି ପଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ଟୋକନ ଅବଧି ନେଇ ମୁହଁ ଖୋଲିଲେ ଶାରଦା: କହିଲେ ଦୁଇ ଦିନରେ…

ଭୁବନେଶ୍ୱର,୩୦।୩: ଟୋକନ ଅବଧି ନେଇ ମୁହଁ ଖୋଲିଲେ ବିଜେଡି ବିଧାୟକ ଶାରଦା ଜେନା। ସେ କହିଛନ୍ତି, ୭ ଦିନ ବୃଦ୍ଧି କରିବାକୁ ଦାବି କରିଥିଲୁ। ଧନ୍ୟବାଦ ସେ…

ଧାନ କିଣା ନେଇ କାଲି ଥିଲା ଶେଷ ତାରିଖ, ଏପଟେ ଯୋଗାଣ ମନ୍ତ୍ରୀ କହିଦେଲେ…

ଭୁବନେଶ୍ୱର,୩୦।୩:ଚାଷୀଙ୍କ ପାଇଁ ବଡ଼ ଅପ୍‌ଡେଟ୍‌। ଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବଡ଼ ସୂଚନା। କାଲି ସୁଦ୍ଧା ଧାନ କିଣା ନେଇ…

ବଢ଼ୁଛି ନର୍ଲା ବିଧାୟିକା ସ୍ବାମୀଙ୍କ ଅଡ଼ୁଆ: ଏପଟେ ମନୋରମାଙ୍କୁ ଡାକି ନବୀନ କହିଲେ…

ଭୁବନେଶ୍ୱର, କଳାହାଣ୍ଡି ଜିଲା ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ। ନର୍ଲା…

ନବୀନ ନିବାସରେ କଟକ-ଚୌଦ୍ୱାରର ୮ କର୍ପୋରେଟର: ଡକରା ପରେ…

ଭୁବନେଶ୍ୱର,୩୦।୩: ନବୀନ ନିବାସରେ ପହଞ୍ଚିଛନ୍ତି କଟକ-ଚୌଦ୍ୱାରର ୮ କର୍ପୋରେଟର। ପ୍ରତାପ ଜେନାଙ୍କ ନେତୃତ୍ୱରେ ନବୀନ ନିବାସରେ ପହଞ୍ଚିଥିବା ସୂଚନା ମିଳିଛି। କଟକ ରାଜନୀତି ସରଗରମକୁ ନେଇ ନବୀନ…

ଆସ ଷ୍ଟେଶନରେ ଛାଡିଦେବୁ କହି ମହିଳାଙ୍କୁ ଗଣବଳାତ୍କାର

ଭୁବନେଶ୍ୱର,୩୦।୩: ରାଜଧାନୀରେ ଚାଞ୍ଚଲ୍ୟ। ମହିଳାଙ୍କୁ ଷ୍ଟେଶନରେ ଛାଡିଦେବାକୁ କହି ଗଣବଳାତ୍କାର କଲେ ୨ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ତମାଣ୍ଡୋ ଥାନା ଅଞ୍ଚଳରେ। ପୀଡ଼ିତା ଜଣଙ୍କ ପଶ୍ଚିମବଙ୍ଗର…

ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ: ୭ ଉପଜିଲାପାଳ ନିଯୁକ୍ତ, ଜାଣନ୍ତୁ କିଏ କେଉଁଠିକୁ ଗଲେ…

ଭୁବନେଶ୍ୱର,୩୦।୩(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ରବିବାର ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌)ଅଧିକାରୀସ୍ତରରେ ଅଦଳବଦଳ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ,…

ଜମି ବିବାଦ ତୁଟାଇବା ପାଇଁ RI ନେଉଥିଲେ ୩୦ ହଜାର ଟଙ୍କା, ମାଡ଼ି ବସିଲା ଭିଜିଲାନ୍ସ ଟିମ୍

କଟକ,୨୯।୩: ଭିଜିଲାନ୍ସ ଜାଲରେ କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ରାଜସ୍ୱ ନୀରିକ୍ଷକ । ଆରଆଇ ଅଧିକାରୀ ରାଜାରାମ ବିନ୍ଦ୍ରା ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ ବିଭାଗ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri