୬ବର୍ଷ ହେଲା ହାତୀ ଗଣନା ହୋଇନି, ମଲେଣି ୫୨୬

ଭଞ୍ଜନଗର,୩୦ା୭(ବାବୁଲା ପ୍ରଧାନ): ରାଜ୍ୟରେ ମଣିଷ ଏବଂ ବନ୍ୟପ୍ରାଣୀ ବିବାଦ ବଢ଼ୁଛି। ବିଶେଷ କରି ହାତୀ ଏବଂ ମଣିଷ ଅଧିକାଂଶ ସମୟ ମୁହଁାମୁହିଁ ହେଉଥିବା ଦେଖାଦେଉଛି। କେଉଁଠି ହାତୀ ମଣିଷକୁ ମାରୁଛି ତ ଆଉ କେଉଁଠି ଶିକାରୀ ହାତୀକୁ ମାରୁଛି। ଏଥିସହ ବିଭିନ୍ନ କାରଣ ଯୋଗୁ ରାଜ୍ୟରେ ହାତୀ ମୃତ୍ୟୁହାର ବଢ଼ିବାରେ ଲାଗିଛି। ବିଗତ ୬ବର୍ଷ ମଧ୍ୟରେ ରାଜ୍ୟରେ ବାର୍ଷିକ ହାରାହାରି ୮୦ରୁ ଉର୍ଦ୍ଧ୍ୱ ହାତୀ ମୃତ୍ୟୁବରଣ କରୁଛନ୍ତି। ୨୦୧୭ ଅପ୍ରେଲ ମାସରୁ ଶନିବାର ସୁଧା ରାଜ୍ୟରେ ୫୨୬ଟି ହାତୀ ମୃତ୍ୟୁବରଣ କରିଥିବା ତଥ୍ୟରୁ ଜଣାପଡ଼ିଛି। ଶନିବାର ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଅନଲାଇନ ମାଧ୍ୟମରେ ଜିଲାର ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ଏନେଇ ଆଲୋଚନା କରିଥିଲେ। ହାତୀ ମଣିଷ ମୁହଁାମୁହିଁକୁ ରୋକାଯିବା ସହ ବନ୍ୟପ୍ରାଣୀ କିଭଳି ସୁରକ୍ଷିତ ରହିପାରିବ ସେ ଉପରେ ଜିଲାପାଳ କହିଥିଲେ। ପ୍ରତିମାସରେ ହେବାକୁ ଥିବା ଉକ୍ତ ବୈଠକର ଆବାହକ ବ୍ରହ୍ମପୁର ଡିଏଫଓ ଅଛନ୍ତି। ଏହି ବୈଠକରେ ଗଞ୍ଜାମ ଏସ୍‌ପି ଜଗମୋହନ ମୀନା, ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା, ବ୍ରହ୍ମପୁର ଡିଏଫଓ, ଚିଲିକା ଡିଏଫଓ, ଟାଟାପାୱାର, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ, ପୂର୍ତ୍ତ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଭାଗନେଇ ନିଜର ମତ ରଖିଥିଲେ । ଆଗକୁ ହାତୀ ଫସଲ କ୍ଷତି କରିବାକୁ ଗଁା ମୁହଁା ହେବେ। ଏହି ସମୟରେ ହାତୀ ମଣିଷ ମୁହଁାମୁହିଁ ହେବାର ସମ୍ଭାବନା ରହିଛି । ତେଣୁ ଜଙ୍ଗଲ ନିକଟବର୍ତ୍ତି ଗ୍ରାମବାସୀଙ୍କୁ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଉପରେ ସଚେତନତା କରାଯିବ। ଯେଉଁଠି ହାତୀ ଫସଲ କ୍ଷତି କରୁଛି ସମ୍ପୃକ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ସହାୟତା ଦେବା ବ୍ୟବସ୍ଥା କରାଯିବ। ହାତୀ କରିଡ଼ର ଅଞ୍ଚଳରେ ବିଦ୍ୟୁତ ତାର କେଉଁଠି ଓହଳି ଥିଲେ ତାହାକୁ ନିର୍ଦ୍ଧାରିତ ଉଚ୍ଚତାରେ ଟାଣିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ। ଯେଉଁଠି କେବୁଲ ତାର ଆବଶ୍ୟକ ସେଠି କେବୁଲ ତାର ଟାଣିବା ବ୍ୟବସ୍ଥା ହେବ । ଭିତ୍ତିଭୂମି ସଜାଡ଼ିବା ପାଇଁ ଯେଉଁ ଡିଭିଜନକୁ ଯେତିକି ଅର୍ଥ ଆବଶ୍ୟକ ପ୍ରଦାନ ପାଇଁ ପଦକ୍ଷେପ ନିଆଯିବ। ହାତୀ ସୁରକ୍ଷା ପାଇଁ ଯେଉଁ ଅଞ୍ଚଳରେ ବିଦ୍ୟୁତ୍‌ କାଟ ହେଉଛି ସମ୍ପୃକ୍ତ ଅଞ୍ଚଳରେ ଚୋରି ସମେତ ବିଭିନ୍ନ ପ୍ରକାର ବିଶୃଙ୍ଖଳା ହେଉଥିବା ଅଭିଯୋଗ ହେଉଛି। ତେଣୁ ସମ୍ପୃକ୍ତ ଅଞ୍ଚଳରେ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି ଭାବେ କରାଯିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। ଅପରପକ୍ଷରେ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ମେଡ଼ିକାଲ ପରିସର ଭିତରକୁ ଶନିବାର ସନ୍ଧ୍ୟାରେ ଏକ ଆହତ ହରିଣ ପଶିଆସିଥିଲା। ହରିଣଟିର ବିଭିନ୍ନ ସ୍ଥାନରେ କ୍ଷତାକ୍ତ ଚିହ୍ନ ରହିଥିଲା। କୁକୁରମାନେ ହରିଣଟିକୁ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି । ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ହରିଣଟିକୁ ଉଦ୍ଧାର କରି ଚିକିସତ୍ା ପାଇଁ ବ୍ୟବସ୍ଥା କରିଥିଲେ ମଧ୍ୟ ହରିଣଟିର ମୃତ୍ୟୁ ହୋଇଯାଇଛି। ୨୦୧୭ ଅପ୍ରେଲ ଏବଂ ମେ’ ମାସ ମଧ୍ୟରେ ରାଜ୍ୟରେ ହାତୀ ଗଣନା ହୋଇଥିଲା। ସେ ସମୟରେ ରାଜ୍ୟରେ ୧୯୭୬ଟି ହାତୀ ଥିଲେ। ୨୦୧୭ ଅପ୍ରେଲରୁ ଶନିବାର ସୁଧା ରାଜ୍ୟରେ ୫୨୬ଟି ହାତୀ ମୃତ୍ୟୁବରଣ କରିଛନ୍ତି। ଏହିଭଳି ଗଞ୍ଜାମ ଜିଲାରେ ୨୦୧୭ ଗଣନା ଅନୁସାରେ ୫୩ଟି ହାତୀ ଥିଲେ। ୨୦୧୭ ଅପ୍ରେଲରୁ ଆଜି ସୁଧା ଜିଲାରେ ୨୪ଟି ହାତୀ ମୃତ୍ୟୁବରଣ କରିଛନ୍ତି । ଶନିବାର ସୁଧା ଉତ୍ତର ଘୁମୁସର ବନଖଣ୍ଡରେ ୪୫ ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡରେ ୧୯ଟି ହାତୀ ଅଛନ୍ତି । ବ୍ରହ୍ମପୁର ବନଖଣ୍ଡର ରିପୋର୍ଟ ହସ୍ତଗତ ହୋଇନାହିଁ । ପ୍ରତି ୨ବର୍ଷକୁ ଥରେ ରାଜ୍ୟରେ ହାତୀ ଗଣନା ହେବା କଥା। କିନ୍ତୁ ୨୦୧୯ରେ କରୋନା ଯୋଗୁ ହାତୀ ଗଣନା ହୋଇପାରିନଥିଲା। ଇତିମଧ୍ୟରେ କରୋନା ଯାଇ
ସ୍ବାଭାବିକ ପରିସ୍ଥିତି ହେଲାଣି। ତଥାପି ହାତୀ ଗଣନା ପାଇଁ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଜଣାପଡ଼ିଛି, ଯାହାକୁ ନେଇ ପରିବେଶବିତ ମାନେ ଚିନ୍ତାବ୍ୟକ୍ତ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri