୬ବର୍ଷର ଶୁଭଲକ୍ଷ୍ମୀଙ୍କୁ ସିକିଲସେଲ୍‌: ଚିକିତ୍ସା ପାଇଁ ଟଙ୍କା ନାହିଁ

ପରଜଙ୍ଗ, ୨୮।୪(ଡି.ଏନ.ଏ.)-ଜୀବନ ଏତେ ସହଜ ନୁହେଁ, କଅଁଳ ବୟସରୁ ଏକଥାକୁ ବୁଝିସାରିଲେଣି ଶୁଭଲକ୍ଷ୍ମୀ। ଯେଉଁ ବୟସରେ ସାଙ୍ଗସାଥୀଙ୍କ ମେଳରେ ଖେଳିବୁଲିବା କଥା, ସେହି ସମୟରେ ସିକିଲ୍‌ସେଲ୍‌ ଭଳି ଜଟିଳ ରୋଗରେ ପଡ଼ିଛନ୍ତି ସେ। ଝିଅର ଚିକିତ୍ସା କରିବାକୁ ଯାଇ ସର୍ବସ୍ବାନ୍ତ ହୋଇପଡ଼ିଥିବା ପରିବାର ଏବେ ଚାହିଁଛି ସହାୟତାକୁ।

ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସୀ ପଞ୍ଚାୟତ ବସନ୍ତପଡ଼ା ଗ୍ରାମର ସଞ୍ଜୟ ବେହେରାଙ୍କ ୬ବର୍ଷର ଝିଅ ହେଉଛନ୍ତି ଶୁଭଲକ୍ଷ୍ମୀ। ସେ ଏବେ ଗଁା ସ୍କୁଲରେ ଦ୍ୱିତୀୟ ଶ୍ରେଣୀରେ ପଢୁଛନ୍ତି। ବାରମ୍ବାର ଦେହ ଅସୁସ୍ଥ ରହିବାରୁ ସଞ୍ଜୟ ଝିଅର ଚିକିତ୍ସା କରାଇଥିଲେ। ପରୀକ୍ଷାରୁ ଶୁଭଲକ୍ଷ୍ମୀଙ୍କୁ  ସିକିଲସେଲ ହୋଇଥିବା ଜଣାପଡ଼ିଥିଲା। ଏପରି ରୋଗ ସମ୍ପର୍କରେ ଜାଣିବା ପରେ ପରିବାର ଲୋକଙ୍କ ପାଦ ତଳୁ ମାଟି ଖସିଯାଇଛି। ଝିଅ ଜୀବନ ବଞ୍ଚାଇବାକୁ ପ୍ରତି ୧୫ଦିନରେ ଥରେ ରକ୍ତ ଦେବାକୁ ପଡୁଛି। ଛୋଟମୋଟ ପରିବା ବ୍ୟବସାୟ କରୁଥିବା ସଞ୍ଜୟଙ୍କ ପକ୍ଷେ ଏହା ଏବେ କାଠିକର ପାଠ ହୋଇଯାଇଛି।

ଏ ନେଇ ସଞ୍ଜୟ କୁହନ୍ତି, ପ୍ରଥମେ ଝିଅ ଜନ୍ମ ହୋଇଥିବାରୁ ପରିବାରରେ ଖୁସିର ଲହରି ଖେଳିଯାଇଥିଲା। ହେଲେ ଏହି ସୁଖ ବେଶିଦିନ ରହିଲାନି। ବାରମ୍ବାର ଝିଅ ଦେହ ଖରାପ ହେଉଛି। ଡାକ୍ତରଖାନାକୁ ଧଁା ଦୌଡ଼ ମଧ୍ୟରେ ବ୍ୟବସାୟ କରିହେଉନାହିଁ। ଯାହା କିଛି ଥିଲା ସବୁ ସରିଗଲାଣି। ପରିବାର ଚଳାଇବା ବି କଷ୍ଟକର ହୋଇଗଲାଣି। ଏବେ ୧୫ଦିନରେ ଥରେ ଝିଅକୁ ରକ୍ତ ଦେବାକୁ ପଡୁଛି। ଔଷଧ ଖର୍ଚ୍ଚ ବି ବଢ଼ିଲାଣି। ଅଭାବରୁ  ଔଷଧ କିଣିବା ମୁସ୍କିଲ ହୋଇଗଲାଣି। ଝିଅର ଏପରି ଅବସ୍ଥା ଦେଖିହେଉନାହିଁ ବୋଲି ସେ କହିଛନ୍ତି। ଶୁଭଲକ୍ଷ୍ମୀଙ୍କ ଚିକିତ୍ସା ଲାଗି ସହାୟତାର ହାତ ବଢ଼ାଇବାକୁ ସଞ୍ଜୟ ଏବଂ ତାଙ୍କ ସ୍ତ୍ରୀ ଦୁଲ୍ଲଣା ପ୍ରଶାସନ, ସ୍ବେଚ୍ଛାସେବୀ ଅନୁଷ୍ଠାନ ଏବଂ ସହୃଦୟ ବ୍ୟକ୍ତିଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri