୬ବର୍ଷର ବାଳକ: ୨ଘଣ୍ଟାରେ ୩ହଜାର ଥର ଦଣ୍ଡ ବୈଠକ କରି ଜିତିଲେ ବିଳାସମୟ ଘର

ମସ୍କୋ,୧୧।୭: ବ୍ୟାୟାମ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ବୁଦ୍ଧି ଓ ମନ ଶାନ୍ତ ରହିଥାଏ। ପ୍ରତିଦିନ ଦଣ୍ଡ ବୈଠକ କରିବା ଦ୍ୱାରା ମାଂସପେଶୀ ଓ ଶରୀରରେ ଥିବା ସମସ୍ତ ଗଣ୍ଠି ମଜଭୁତ ହୋଇଥାଏ। କେବଳ ସେତିକି ନୁହେଁ, ଯଦି ଆପଣ ଏକାଥରକେ ୩ହଜାରରୁ ଊର୍ଦ୍ଧ୍ୱ ଦଣ୍ଡ ବୈଠକ କରନ୍ତି ତେବେ ଓ୍ବାଲର୍‌ଡ ରେକର୍ଡ କରିବା ସହ ଏକ ବିଳାସମୟ ପ୍ରାସାଦ ବା ଦାମିକିଆ ଗାଡ଼ି ମଧ୍ୟ ଜିତିପାରିବେ। ଆପଣ ଏହାକୁ ଥଟ୍ଟା ବୋଲି ଭାବୁଥିବେ, କିନ୍ତୁ କଥାଟି ସତ। କିଛି ଏଭଳି ଘଟଣା ଘଟିଛି ରୁଷର ନୋଭି ରେଦାନ୍ତରେ। ଉକ୍ତ ସହରରେ ରହୁଥିବା ୬ବର୍ଷର ବାଳକ ଇବ୍ରାହିମ୍‌ ଲ୍ୟାନୋଭ ୨ଘଣ୍ଟାରେ ଏକାଥରକେ ୩୨୭୦ ଥର ଦଣ୍ଡ ବୈଠକ କରି ନିଜ ପରିବାର ପାଇଁ ଏକ ବିଳାସମୟ କୋଠା ଜିତି ପାରିଛନ୍ତି। ସୂଚନାଯୋଗ୍ୟ, ଇବ୍ରାହିମ୍‌ ବହୁ ସମସ୍ୟାର ସାମ୍ନା କରି ଏକ ସ୍ଥାନୀୟ ସ୍ପୋଟର୍‌ସ କ୍ଲବ ଚିନ୍‌ଗିଞ୍ଜ୍‌ର ଧ୍ୟାନ ନିଜର ଫିଟ୍‌ନେସ୍‌ ଆଡ଼କୁ କେନ୍ଦ୍ରୀଭୂତ କରିଥିଲେ। ଏହାପରେ ତାଙ୍କର ଫିଟ୍‌ନେସ୍‌ରେ ପ୍ରଭାବିତ ହୋଇ ସ୍ପୋଟର୍‌ସ କ୍ଲବ ତାଙ୍କ ଘର ଲୋକଙ୍କ ପାଇଁ ଏକ ଆପାର୍ଟମେଣ୍ଟ ଉପହାର ଦେଇଥିଲେ। ଏଥିସହ ନିଜର ଏହି ବିସ୍ମୟକର କାର୍ଯ୍ୟ ପାଇଁ ଇବ୍ରାହିମ୍‌ ରୁଷିଆନ ବୁକ୍‌ ଅଫ୍‌ ରେକଡର୍‌ସରେ ନାଁ ଲେଖାଇଛନ୍ତି। ଇବ୍ରାହିମ ଓ ତାଙ୍କ ପିତା କ୍ଲବର ରେଗୁଲାର ମେମ୍ବର ରହିଥିବା ବେଳେ ତାଙ୍କୁ ଦଣ୍ଡ ବୈଠକ ଜିତିବା ପାଇଁ ପ୍ରତିଦିନ ଟ୍ରେନିଂ ଦିଆଯାଉଛି। ସୂଚନା ମୁତାବକ, ୨୦୧୮ରେ ମଧ୍ୟ ଜଣେ ୫ବର୍ଷର ବାଳକ ଏକାଥରକେ ୪୧୫୦ ଦଣ୍ଡ ବୈଠକ କରି ଏକ ମର୍ସିଡିଜ୍‌ ଉପହାର ହାତେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri