Categories: ଖେଳ

୬ଟି ବଲରୁ ୬ଟି ଛକା ଦେଇଥିବା ବୋଲରଙ୍କ ପରଲୋକ

ଲଡ୍ସ, ୧।୮: ପ୍ରସିଦ୍ଧ କ୍ରିକେଟର ମ୍ୟାକଲୋମ ନ୍ୟାସଙ୍କ ୭୪ବର୍ଷ ବୟସରେ ପରଲୋକ ଘଟିଛି। ଲଡ୍ସର ଏକ ହୋଟେଲରେ ରାତ୍ରି ଭୋଜନ କରୁଥିବାବେଳେ ସେ ହଠାତ୍‌ ତଳେ ପଡିଯାଇଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ମୃତ୍ୟୁ ହୋଇଛି। ୫୧ ବର୍ଷ ପୂର୍ବେ ଅର୍ଥାତ୍‌ ୧୯୬୮ରେ ଓ୍ବେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଗ୍ୟାରି ସୋବର୍ସ ନ୍ୟାଶ୍‌ଙ୍କ ଗୋଟିଏ ଓଭରରେ ୬ଟି ଛକା ମାରିଥିଲେ। କାଉଣ୍ଟି କ୍ରିକେଟରେ ନର୍ଟିହାମ୍ପସାୟାର୍‌ ପକ୍ଷରୁ ଖେଳୁଥିବା ସୋବର୍ସ ଗ୍ଲାମୋରଗନ ସ୍ପିନର୍‌ ନ୍ୟାଶ୍‌ଙ୍କୁ ପ୍ରହାର କରିଥିଲେ। ସୋବର୍ସ ପ୍ରଥମ ଶ୍ରେଣୀ କ୍ରିକେଟରେ ଏଭଳି ଉପଲବ୍ଧgିହାସଲ କରିବାରେ ପ୍ରଥମ କ୍ରିକେଟର ଥିଲେ। ନ୍ୟାଶ୍‌(୧୯୬୬-୧୯୮୩) ୧୭ ବର୍ଷ ପ୍ରଥମ ଶ୍ରେଣୀ କ୍ରିକେଟ କ୍ୟାରିୟରରେ ୩୩୬ଟି ମ୍ୟାଚ୍‌ ଖେଳି ୨୫.୮୭ ହାରରେ ୯୯୩ଟି ଉଇକେଟ୍‌ ନେବା ସହ ୭୧୨୯ ରନ୍‌ କରିଥିଲେ।

Share