୬ଟି ଗାଁକୁ ନିର୍ମାଣ ହେବ ରାସ୍ତା

ଦଶମନ୍ତପୁର, ୬ା୮(ଡି.ଏନ.ଏ.)
କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ବ୍ଲକ । ବଣ, ପାହାଡ, ପର୍ବତଘେରରେ ରହିଥିବା ବ୍ଲକର ଅନେକଗୁଡିଏ ଦୁର୍ଗମ ଅଞ୍ଚଳକୁ ଭଲ ରାସ୍ତାଟିଏ ନାହିଁ ା ଅଞ୍ଚଳବାସୀ ବାରମ୍ବାର ରାସ୍ତା ପାଇଁ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ । ବର୍ତ୍ତମାନ ଲୋକଙ୍କ ଗୁହାରିକୁ ଜିଲା ପ୍ରଶାସନ ଗୁରୁତ୍ୱ ଦେଇ ୬ଟି ଗାଁକୁ ଯୋଗଯୋଗ ନେଇ ରାସ୍ତା ନିର୍ମାଣ କରିବାକୁ ପଦକ୍ଷେପ ନେଇଛି ା ବ୍ଲକ ଉପାଧ୍ୟକ୍ଷ ନାରାୟଣ ବିଶୋଇଙ୍କ ନେତୃତ୍ୱରେ ରାସ୍ତା ଚିହ୍ନଟ ପ୍ରକ୍ରିୟା କାର୍ଯ୍ୟ କରାଯାଇଛି ା ୨ଟି ପଞ୍ଚାୟତର ପ୍ରାୟ ୬ଟି ଗାଁକୁ ସଂଯୋଗ ହେବା ନେଇ ଡୁମ୍ବାଗୁଡା ପଞ୍ଚାୟତର ହାତୀମୁଣ୍ଡା ଗ୍ରାମଠାରୁ ଗିର୍ଲିଗୁମ୍ମା ପଞ୍ଚାୟତର ଉଣ୍ଡିସିଲ, ଫୁଣ୍ଡାଗୁଡା, ଡେଙ୍ଗାଗୁଡା, ଡକ୍ରିବେଡା ଏବଂ ତଳରତାବନ୍ଧ ଗାଁକୁ ରାସ୍ତା ସଂଯୋଗ କରାଯିବା ନେଇ ସ୍ଥାନ ଚିହ୍ନଟ କରାଯାଇଛି । ଏହି ଚିହ୍ନଟ ପ୍ରକ୍ରିୟାରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡମ୍ବରୁଧର ମଲ୍ଲିକ, କନିଷ୍ଠଯନ୍ତ୍ରୀ ପ୍ରୀତମ ଶିଆଳ, ବରିଷ୍ଠ ନେତା ବେଣୁଧର ପାତ୍ର, ଅନନ୍ତ ଖରାଙ୍କ ସମେତ ସ୍ଥାନୀୟ ସରପଞ୍ଚ, ଆରଆଇ, ଗ୍ରାମବାସୀ ଉପସ୍ଥିତ ଥିଲେ । ଏହି ୬ଟି ଗାଁକୁ ସଂଯୋଗ କରିବାକୁ ହେଲେ ମୁଖ୍ୟରାସ୍ତାଠାରୁ ପ୍ରାୟ ୪କିମି ଦୂରତା ଯାଏଁ ନୂତନ ଭାବେ ରାସ୍ତା ନିର୍ମାଣ କରାଯିବ ବୋଲି ଆକଳନ କରାଯାଇଛି । ଉକ୍ତ ରାସ୍ତାରେ ହାତିମୁଣ୍ଡା ଗ୍ରାମର ହେମ ବିଶୋଇଙ୍କ ଏକ ଜାଗା ରହିଛି ା ସେ ନିଜ ଜମି ଦେବା ପାଇଁ ମନା କରିଥିବାରୁ ତାଙ୍କୁ ସରକାରୀ ପତିତୋ ଜମିର ମୋଟ ୩୫ ଡ଼ିସିମିଲ ମଶାଣି ପାଖ ଜମିକୁ ବିଲ କରି ଦିଆଯାଉ ବୋଲି ଆରଆଇଙ୍କୁ ବ୍ଲକ ଉପାଧ୍ୟକ୍ଷ ବିଶୋଇ ନିର୍ଦ୍ଦେଶ ଦେଇଥିଲେ । ପରେ ହେମ ବିଶୋଇ ଜମି ଦେବା ପାଇଁ ରାଜି ହୋଇଥିଲେ । ହାତିମୁଣ୍ଡାଠାରୁ ଉଣ୍ଡସିଲ ରାସ୍ତା ପ୍ରଥମେ ଏନଆରଇଜିଏସ ପକ୍ଷରୁ ଆରମ୍ଭ କରାଯିବ ବୋଲି ବିଶୋଇ ସୂଚନା ଦେଇଛନ୍ତି । ତେବେ ଦୀର୍ଘବର୍ଷ ପରେ ପ୍ରଥମ କରି ଏହି ୬ଟି ଦୁର୍ଗମ ଅଞ୍ଚଳକୁ ଯୋଗାଯୋଗର ଏଭଳି ପଦକ୍ଷେପକୁ ସାଧାରଣରେ ସ୍ବାଗତ କରିଛନ୍ତିି । ଉକ୍ତ ରାସ୍ତା ନିର୍ମାଣ ନେଇ ସମ୍ପୂର୍ଣ୍ଣ ସହଯୋଗ କରିବୁ ବୋଲି ୬ଖଣ୍ଡ ଗ୍ରାମର ଲୋକେ ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri