୫ ରାଜ୍ୟର ଅର୍ଥ ବ୍ୟବସ୍ଥା ଟ୍ରାକ୍‌କୁ ଫେରୁଛି

ନୂଆଦିଲ୍ଲୀ,୪।୬: କରୋନା ସଂକ୍ରମଣକୁ ରୋକିବା ଲାଗି ସରକାର ଜାରି କରିଥିବା ଲକ୍‌ଡାଉନ ଯୋଗୁ ସାରା ଦେଶର ଅର୍ଥବ୍ୟବସ୍ଥାକୁ ଗଭୀର ଭାବେ କ୍ଷତି ପହଞ୍ଚିଛି। ବର୍ତ୍ତମାନ ଆର୍ଥତ୍କ କାର୍ଯ୍ୟକଳାପ ପୁଣି ଥରେ ଆରମ୍ଭ କରିବା ଲାଗି ସରକାର ଅନୁମତି ଦେଇଛନ୍ତି। ଫଳରେ ୫ ରାଜ୍ୟର ଅର୍ଥ ବ୍ୟବସ୍ଥା ପୁଣି ଥରେ ଟ୍ରାକ୍‌କୁ ଫେରୁଥିବା ଏକ ରିପୋର୍ଟରେ ଉଲ୍ଲେଖ ରହିଛି। ରାଜ୍ୟଗୁଡିକ ମଧ୍ୟରେ କେରଳ,ପଞ୍ଜାବ, ତାମିଲନାଡୁ, ହରିୟାଣା ଏବଂ କର୍ନାଟକ ରହିଛି। ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)କୁ ଏହି ରାଜ୍ୟଗୁଡିକ ୨୭% ଯୋଗଦାନ ରଖୁଛନ୍ତି। ଏଲାରା ସିକ୍ୟୁରିଟିଜ ପକ୍ଷରୁ ହୋଇଥିବା ଅଧ୍ୟୟନ ମୁତାବକ ଏହି ରାଜ୍ୟଗୁଡିକର କାର୍ଯ୍ୟକଳାପ ସୁଧାର ହେଉଛି। ରାଜ୍ୟଗୁଡିକର ବିଜୁଳି ଚାହିଦା, ଟ୍ରାଫିକ,ଉତ୍ପାଦର ଉପଲବ୍ଧତା ଭଳି ବିଭିନ୍ନ ପ୍ରସଙ୍ଗକୁ ଆଧାରରେ ଅଧ୍ୟୟନ କରାଯାଇଛି। ଏହି ରାଜ୍ୟଗୁଡିକରେ ବିଭିନ୍ନ କ୍ଷେତ୍ରରେ ଉନ୍ନତି ଆସୁଥିବା ଦେଖାଯାଉଛି। ଏହା ଦେଶର ଅର୍ଥ ବ୍ୟବସ୍ଥା ଲାଗି ଲାଭକାରି ବୋଲି ଏଲାର ପକ୍ଷରୁ ଗରିମା କପୁର କହିଛନ୍ତି।
ରିପୋର୍ଟ ମୁତାବକ ଚେନ୍ନାଇ ସହର ବାହାରେ ସ୍ଥିତି ଉନ୍ନତ ରହିଛି। ଏଠାରେ ମାନୁଫାକ୍‌ଚରିଂକୁ ଜିଡିପିର ଯୋଗଦାନ ୩୪%। ହ୍ୟୁଣ୍ଡାଇ, ଫୋର୍ଡ ସମେତ ଅନ୍ୟ କମ୍ପାନୀଗୁଡିକର ମାନୁଫାକ୍‌ଚରିଂ ୟୁନିଟ ସେଠାରେ ରହିଛି। ଲକ୍‌ଡାଉନ ଯେତେ କୋହଳ ହେବ ଇଣ୍ଡଷ୍ଟ୍ରିଗୁଡିକ ସେତେ ଶୀଘ୍ର କାମ ସମ୍ଭାଳିବେ। ରୋଜଗାର ଏବଂ ଅଭିବୃଦ୍ଧି ପାଇଁ ଏହା ଭଲ ସଙ୍କେତ। କେରଳ ପରେ ମଲ୍‌, ରେଷ୍ଟୁରାଷ୍ଟ ଖୋଲିଥିବା ରାଜ୍ୟ ମଧ୍ୟରେ କର୍ନାଟକ ଆସୁଛି। ଭାରତର ଆଇଟି ହବ୍‌ ବାଙ୍ଗାଲୋରରେ ଏଭଳି ପଦକ୍ଷେପ ଦ୍ୱାରା ସର୍ଭିସ ସେକ୍ଟର ପୁଣି ଟ୍ରାକ୍‌କୁ ଫେରିବାରେ ସହାୟକ ହୋଇପାରିବ। ରିପୋର୍ଟ ମୁତାବକ ସେଲୁନ ସର୍ଭିସ, ଏୟାର କଣ୍ଡିସନର, ଏୟାର ଟ୍ରାଭେଲ, ବାଇକ ଏବଂ ଭାକ୍ୟୁମ କ୍ଲିନର ବିକ୍ରିରେ ଉନ୍ନତି ଆସିଛି। କର୍ନାଟକ ଜିଡିପିରେ ସର୍ଭିସ ସେକ୍ଟରର ଯୋଗଦାନ ୬୪%। ସେହିଭଳି ସିମୋଗା, ହୁବୁଲି, ଗୁଲ୍‌ମାର୍ଗ, ମହୀଶୂର ଭଳି ସ୍ଥାନରେ ଫ୍ୟାକ୍ଟ୍ରିଗୁଡିକ କାମ ଆରମ୍ଭ କରିଛନ୍ତି।
ହରିୟାଣାରେ ମଧ୍ୟ ଅର୍ଥନୈତିକ କାର୍ଯ୍ୟକଳାପ ତ୍ୱରିତ ହେଉଛି। ସେଠାରେ ମୋଟ ଜିଡିପିରେ ସର୍ଭିସ ସେକ୍ଟରର ଯୋଗଦାନ ୫୧%। ଏଠାରେ ଗୁରୁଗ୍ରାମ ଏବଂ ମାଣେସରରେ ଥିବା ଫ୍ୟାକ୍ଟ୍ରିଗୁଡିକର ଟ୍ରାକ୍‌କୁ ଫେରିଲେଣି। ଆଇଟି,ଆଇଟିଇଏସ୍‌, ଅଟୋପାର୍ଟସ, ସାଇକେଲ, ଖେଳନା ଭଳି କ୍ଷେତ୍ରରେ ରୋଜଗାର ଦେଉଥିବା କମ୍ପାନୀଗୁଡିକର ପୁଣି ଥରେ କାମ ଆରମ୍ଭ ହୋଇଛି। ସେହିଭଳି ପଞ୍ଜାବରେ କୃଷି କାର୍ଯ୍ୟ ଟ୍ରାକ୍‌କୁ ଫେରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି-ଜୀବନ ପ୍ରଦୀପ ଦାସ

ଭୁବନେଶ୍ବର,୨୫।୩: ଚର୍ଚ୍ଚାର ଅନ୍ତ ଘଟିଲା ।  ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ । କିଛି ଦିନ ହେବ ସେମାନେ ବିଜେଡିରେ ସାମିଲ…

ସ୍ବାଧୀନତାର ଦୀର୍ଘବର୍ଷ ପରେ ବି ଏହି ୭ ଗାଁକୁ ହୋଇନି ବିଦ୍ୟୁତ୍‌ ସଂଯୋଗ, ଦାବିପତ୍ର ଦେଇ…

ବଞ୍ଚୋ,୨୫ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅନ୍ତର୍ଗତ ଶାମୁକା ନେଣ୍ଡି ପଞ୍ଚାୟତର ଉପରନଟିଆ, ଖଣ୍ଡିତଳ, ବାରଶାଡାହି, ଲକ୍ଷ୍ମଣଡାହି, ବାଇବୃରୁ, ଫନଡାହି, ପଠାଣଡାହି ଆଦି ୭ଟି…

ଘୁମୁସର ବନଖଣ୍ଡରୁ ୨୦୪ ଖଣ୍ଡ କାଠ ଯିବ ପୁରୀ 

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ ଓ ଦକ୍ଷିଣ ବନଖଣ୍ଡରୁ ଚଳିତ ବର୍ଷ ରଥ ନିର୍ମାଣପାଇଁ ପୁରୀ ରଥଯାତ୍ରାକୁ ୨୦୪ ଖଣ୍ଡ କାଠଯିବ।…

ICC Rankings: ବିନା ଖେଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଲା ଫାଇଦା, ପୁଣି ଥରେ…

ନୂଆଦିଲ୍ଲୀ,୨୫।୩: ICC ପୁଣିଥରେ ତା’ର ସଦ୍ୟତମ ରାଙ୍କିଙ୍ଗ ପ୍ରକାଶ କରିଛି । ଯଦିଓ ପୂର୍ବ ଅପଡେଟ୍ ପରଠାରୁ ବହୁତ ଟି-୨୦ ମ୍ୟାଚ୍ ହୋଇନାହିଁ – ଅର୍ଥାତ୍ ଏଥିରେ କୌଣସି…

ପେନ୍‌ସନ୍‌ଭୋଗୀଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଛି ଭ୍ୟାଲିଡେସନ ଆକ୍ଟ, ପ୍ରତ୍ୟାହାର ଦାବି ନେଇ…

କେନ୍ଦୁଝର,୨୫ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ସଂଘ ପକ୍ଷରୁ ଭାରତ ସରକାରଙ୍କ ଦ୍ୱାରା ୨୫ ମାର୍ଚ୍ଚ ୨୦୨୫ରେ ପାରିତ…

ଦିଗପହଣ୍ଡିରେ କାଳବୈଶାଖୀ: ଝଡ଼ବର୍ଷା ସାଙ୍ଗକୁ ପଡ଼ିଲା କୁଆପଥର

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ଟାରୁ ସାଢ଼େ ୨ ଯାଏ କାଳ ବୈଶାଖୀ…

୪ହଜାର ଟଙ୍କା ଲାଞ୍ଚ ନଦେଲେ କାମ ହେବନି ବୋଲି କହିଥିଲେ, ଆଜିଗଲେ ଜେଲ୍

ଭୁବନେଶ୍ୱର,୨୫।୩: ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ କାର୍ଯ୍ୟାଳୟର ଅଡିଟର୍‌ ଅମ୍ବିକା ପ୍ରସାଦ ରଥଙ୍କୁ ବୁଧବାର ଗିରଫ କରାଯାଇଛି। ମଙ୍ଗଳବାର ୪ ହଜାର ଟଙ୍କା ଲାଞ୍ଚ ନେଲା ବେଳେ…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri