୫ ମାସ ହେଲା ଅକାମୀ ହୋଇ ପଡ଼ିଛି କେସିଙ୍ଗା ରେଳଷ୍ଟେଶନର ନୂତନ କାର୍ଯ୍ୟାଳୟ, ଗେଟ୍‌: ଗମନାଗମନରେ ସମସ୍ୟା

କେସିଙ୍ଗା, ୨୬।୭ (ଡି.ଏନ୍‌.ଏ.): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗାସ୍ଥିତ ରେଳ ଷ୍ଟେଶନର ନୂତନ ମୁଖ୍ୟ କାର୍ଯ୍ୟାଳୟ ଓ କମ୍ପ୍ୟୁଟର ଗୃହ ଆଜକୁ ୫ମାସ ହେବ ଅକାମୀହୋଇ ପଡ଼ିରହିଛି । ଗତ ୨୦୧୬-୧୭ ଆର୍ଥତ୍କ ବର୍ଷରେ କେସିଙ୍ଗା ରେଳ ଷ୍ଟେଶନରେ ଆଧୁନିକ ପ୍ରଣାଳୀରେ ମୁଖ୍ୟ କାର୍ଯ୍ୟାଳୟ ଓ କମ୍ପ୍ୟୁଟର ଗୃହ ନିର୍ମାଣ ପାଇଁ ରେଳ ବିଭାଗ ପକ୍ଷରୁ ଆର୍‌ଭିଏନ୍‌ଏଲ ମେଗା ପ୍ରୋଜେକ୍ଟ ନିର୍ମାଣ ଲାଗି ଦାୟିତ୍ୱ ଦିଆଯାଇଥିଲା। ଗତ ମାର୍ଚ୍ଚ ୨୦୧୯ରେ ଜେନେରାଲ ମ୍ୟାନେଜରଙ୍କ ଭୁବନେଶ୍ୱର ପରିଦର୍ଶନ ପରଠାରୁ ଏହି କାମ ବନ୍ଦ ରହିଛି। ପ୍ଲାଟଫର୍ମ ୧ରେ ନୂତନ ଆଧୁନିକ ପ୍ରଣାଳୀରେ ଷ୍ଟେଶନର ମୁଖ୍ୟ କାର୍ଯ୍ୟାଳୟ ଓ କମ୍ପ୍ୟୁଟର ଗୃହ ନିର୍ମାଣରେ ବିଳମ୍ବ ହେଉଛି। ଫଳରେ ଯାତ୍ରୀମାନେ ଅସ୍ଥାୟୀ କାଦୁଅ ରାସ୍ତାଦେଇ ପ୍ଲାଟଫର୍ମ ୧କୁ ବହୁ କଷ୍ଟରେ ଯିବାଆସିବା କରୁଛନ୍ତି । କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣାଧୀନ ମୁଖ୍ୟ କାର୍ଯ୍ୟାଳୟ, କମ୍ପ୍ୟୁଟର ଗୃହ ଏବଂ ମୁଖ୍ୟ ଗେଟ୍‌ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁ ନାହିଁ । ପ୍ଲାଟଫର୍ମ ନଂ. ୧ରେ ବର୍ଷା ପାଣିରେ ଛାୟା ଗୃହରୁ ପାଣି ଗଳୁଛି । ଫଳରେ ଯାତ୍ରୀମାନେ ହଇରାଣ ହେଉଛନ୍ତି । ପ୍ଲାଟଫର୍ମ ପଛପଟେ ପାର୍କିଂ ପାଇଁ ବ୍ୟବସ୍ଥା ନ ଥିବାରୁ ଯାତ୍ରୀମାନେ ଗାଡ଼ିମୋଟର, ସାଇକେଲ ରଖିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ଲାଟଫର୍ମ ନଂ. ୩ରେ ଥିବା ଯାନବାହନ ପାର୍କିଂ ଅଣଓସାରିଆ ହୋଇଛି । ଦୀର୍ଘ ବର୍ଷେ ହେବ ଷ୍ଟ୍ରିଟ୍‌ଲାଇଟ ଅକାମୀ ହୋଇପଡିଛି । ଦୀର୍ଘ ୩ ବର୍ଷ ହେଲା ୧ ନମ୍ବର ପ୍ଲାଟ ଫର୍ମରେ ଥିବା କ୍ୟାଣ୍ଟିନ ମଧ୍ୟ ଅକାମୀ ହୋଇପଡ଼ିଛି । ଏହିସବୁ ସମସ୍ୟା ଉପରେ କଳାହାଣ୍ଡି ରେଳ ଯାତ୍ରୀ ସଂଘ କେସିଙ୍ଗା ପକ୍ଷରୁ ୩ ଥର ଅଭିଯୋଗ ହୋଇଥିଲେ ସୁଦ୍ଧା କୌଣସି ସୁଫଳ ମିଳୁ ନାହିଁ। ଏ ସଂକ୍ରାନ୍ତରେ କେସିଙ୍ଗା ଷ୍ଟେଶନମାଷ୍ଟର ଏସ୍‌. କେ. ମିଶ୍ରଙ୍କୁ ପଚାରିବାରୁ ମୁଁ ଏହା କହି ପାରିବିନି । ଡିଆର୍‌ଏମ୍‌ ବୁଝିବେ ବୋଲି ପ୍ରକାଶ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ବାଂଲାଦେଶ ହିଂସା: ହିନ୍ଦୁଙ୍କ ଘର ଜାଳିଦେଲେ କଟ୍ଟରପନ୍ଥୀ, ସାମ୍ନାକୁ ଆସିଲା ଭୟଙ୍କର ଭିଡ଼ିଓ

ଢାକା,୨୪।୧୨: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ଧାରା ଥମିବାର ନାଁ ନେଉନାହିଁ। ବାଂଲାଦେଶୀ ଲେଖିକା ତସଲିମା ନସରିନ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ଚିଟାଗଙ୍ଗରେ...

ଇତିହାସ ରଚିଲା ଇସ୍ରୋ: ଏଣିକି ବିନା ମୋବୋଇଲ୍‌ ଟାଓ୍ବାରରେ ଆସିବ ନେଟଓ୍ବର୍କ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପୁଣି ଥରେ ବିଶ୍ୱ ସମ୍ମୁଖରେ ନିଜର ଶକ୍ତି ଏବଂ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଛି। ଏକ କମ ବଜେଟ,...

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

ପରିସ୍ରା କରିବାକୁ ଯାଇଥିଲେ ବ୍ୟବସାୟୀ, ଭୁଷୁଡିଲା କାନ୍ଥ: ଆଉ ତା’ପରେ…

ଅମରପାଲି,୨୪।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ରୁଗୁଡ଼ିପାଲି ଗ୍ରାମରେ କାନ୍ଥ ଭୁଷୁଡି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri