Categories: ବାଣିଜ୍ୟ

୫ ମାସର ସର୍ବନିମ୍ନ ସ୍ତରରେ ଡିଜେଲ ଦର

ନୂଆଦିଲ୍ଲୀ,୯-୬: ଦେଶରେ ତୈଳ ଦର କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ଫଳରେ ସାଧାରଣ ଖାଉଟିଙ୍କୁ ଆଶ୍ୱସ୍ତି ମିଳୁଛି। ଶନିବାର ପେଟ୍ରୋଲ ଦର ଲିଟର ପିଛା ୨୨ରୁ ୨୪ ପଇସା ଏବଂ ଡିଜେଲ ଦର ୨୫ରୁ ୨୭ ପଇସା ଶସ୍ତା ହୋଇଛି। ଗତ ୧୦ ଦିନ ମଧ୍ୟରେ ୯ଥର ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି। ଏହାର ପ୍ରଭାବରେ ଡିଜେଲ ପ୍ରାୟ ୫ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚତ୍ୟାଇଛି। ଏଥିପୂର୍ବରୁ ଦେଶର ରାଜଧାନୀ ଦିଲ୍ଲୀରେ ଫେବୃୟାରୀ ୧୬ରେ ପେଟ୍ରୋଲ ଦର ଲିଟର ପିଛା ୭୦.୬୦ଟଙ୍କା ଏବଂ ଡିଜେଲ ଦର ଲିଟର ପିଛା ୬୪.୫୯ ଟଙ୍କା ରହିଥିଲା। ଇଣ୍ଡିଆନ ଅଏଲ ଓ୍ବେବସାଇଟ ଅନୁଯାୟୀ, ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୭୦.୭୨ ଟଙ୍କା ଏବଂ ଡିଜେଲ ଲିଟର ପିଛା ଦର ୬୪.୬୫ ଟଙ୍କା ରହିଛି। ଗତ ୧୦ ଦିନ ଭିତରେ ୯ଥରରେ ଡିଜେଲ ଲିଟର ୨.୦୮ ଟଙ୍କା ଶସ୍ତା ହୋଇଛି। ସେହିପରି ପେଟ୍ରୋଲ ଦର ୯୯ ପଇସା କମିଛି।

Share