Categories: ବାଣିଜ୍ୟ

୫ ବର୍ଷ ତଳକୁ ଚାଲିଯିବ ବିମାନ ଶିଳ୍ପ କାରବାର

ନୂଆଦିଲ୍ଲୀ,୯।୪: କରୋନା ଭାରତୀୟ ବିମାନ ଚଳାଚଳ ଶିଳ୍ପକୁ କ୍ଷତିଗ୍ରସ୍ତ କରିଛି। ଏଥି ଲାଗି ବଜାରର କାରବାର ୫ ବର୍ଷ ତଳକୁ ଖସିଯିବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଗତବର୍ଷ ଦେଶର ବିମାନ ଚଳାଚଳ କ୍ଷେତ୍ରରେ ୧୪ କୋଟି ଯାତ୍ରୀ ରହିଥିଲେ। ଚଳିତ ବର୍ଷ ଏହା ୮ରୁ ୯ କୋଟିକୁ ଖସିଯିବ ବୋଲି ସେଣ୍ଟର ଫର ଏସିଆ ପାସିଫିକ ଆଭିଏଶନ ପକ୍ଷରୁ କୁହାଯାଇଛି। ଏବେ ବିମାଳ ଚଳାଚଳ ଠପ୍‌ ହୋଇଥିବା ବେଳେ କମ୍ପାନୀଗୁଡିକ ପରିଚାଳନା ନେଇ କ୍ଷତି ସହୁଛନ୍ତି। କମ୍ପାନୀଗୁଡିକ କାର୍ଯ୍ୟକ୍ଷମ ହେଲେ କାହାର ସ୍ଥିତି କଣ ରହିବ ସେ ନେଇ ଦେଖିବାକୁ ହେବ ବୋଲି ରିପୋର୍ଟରେ କୁହାଯାଇଛି। ଏହି ସମୟରେ ଦେଶର ବିମାନ ଶିଳ୍ପ ୫ ବର୍ଷ ତଳକୁ ଚାଲିଯିବ ବୋଲି ଆକଳନ କରାଯାଇଛି। ବିମାନ ଚଳାଚଳ କ୍ଷେତ୍ର ସ୍ବାଭାବିତ ସ୍ଥିତିକୁ ଫେରିବା ଲାଗି ଅନ୍ତତଃ ପକ୍ଷେ ଗୋଟିଏ ବର୍ଷ ଲାଗିଯିବ। ସେହିଭଳି ଅନ୍ତଜାତୀୟ ବଜାରରେ ଯାତ୍ରୀ ଟ୍ରାଫିକ କମିବ ବୋଲି ଏହି ଏଜେନ୍ସି ପ୍ରକାଶ କରିଛି।

Share