୫ ଦିନ ପରେ ଧରାପଡ଼ିଲେ ଚମ୍ପଟ କଏଦୀ

ବଡବିଲ, ୧୮।୮ (ସ୍ବ.ପ୍ର.)- କେନ୍ଦୁଝର ଜିଲା ବଡବିଲସ୍ଥିତ ସବ୍‌ ଜେଲ୍‌ ପାଚେରି ଡେଇଁ ଚମ୍ପଟ ମାରିଥିବା ବିଚାରଧୀନ କଏଦୀ ସାୱନ ପାତ୍ର ଓରଫ କୁନାଙ୍କୁ ୫ ଦିନ ପରେ ରବିବାର ପୋଲିସ ଗିରଫ କରିଛି। ତାଙ୍କ ଘର ଗାଢାହଟିଂରେ । ତାଙ୍କୁ ପୋଲିସ ଚଟେଇ ହଟିଂରୁ ଗିରଫ କରିଛି। ପୋଳିସ ସୂଚନା ଅନୁଯାୟୀ ସାୱନଙ୍କୁ ଗତ ୧ ତାରିଖରେ ବଡବିଲ ପୋଲିସ ଏକ ବାଇକ ଚୋରି ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୧୩ ତାରିଖ ମଙ୍ଗଳବାର ଅପରାହ୍ନରେ ସେ ବଡବିଲ ସବ୍‌ଜେଲରେ ରୋଷେଇ କାର୍ଯ୍ୟରେ ସହଯୋଗ କରୁଥିବା ବେଳେ ସୁଯୋଗ ଉଣ୍ଡି ପ୍ରଶାସନିକ ବିଲ୍ଡିଂ ଉପରେ ଚଢି କୌଣସିମତେ ଚମ୍ପଟ ମାରିଥିଲେ। ଜେଲରୁ କଏଦୀ ଚମ୍ପଟ ଘଯଣାର ତଦନ୍ତ କରାଯାଇ ଡ୍ୟୁଟିରେ ଅବହେଳା କରିଥିବା ଦର୍ଶାଯାଇ ଜେଲ ୱାର୍ଡର ସଞ୍ଜିିତ କୁମାର ନାଏକ ଓ ବିଜୟ କୁମାର ନାଏକଙ୍କୁ ଶନିବାର ବାରିପଦାସ୍ଥିତ ସର୍କଲ ଜେଲ ସୁପରିଣ୍ଟେଣ୍ଡେଷ୍ଟ ନିଲମ୍ବନ ଆଦେଶ ଦେଇଥିଲେ। ନିଲମ୍ବନ ଆଦେଶ ସତ୍ତ୍ୱେ ଜେଲ୍‌ରେ କର୍ମଚାରୀ ଅଭାବ ଥିବାରୁ ସେମାନେ ଏବେ ମଧ୍ୟ ଡ୍ୟୁଟି କରୁଥିଲେ ବୋଲି ଜେଲର୍‌ ସୁଧାଂଶୁ ଶେଖର ବେଉରା କହିଛନ୍ତି। ଜେଲ ପାଚେରୀ ଡେଇଁ ଚମ୍ପଟ ମାରିବା ଘଟଣାରେ ସମ୍ପୃକ୍ତ କଏଦୀଙ୍କ ବିରୋଧରେ ବଡବିଲ ଥାନାରେ ଏକ ମାମଲା ରୁଜୁ ହୋଇଛି ବୋଲି ଆଇଆଇସି ସୁଶାନ୍ତ ଦାଶ କହିଛନ୍ତି।