Categories: ଜାତୀୟ

୫ ଦିନିଆ ଭାରତ ଗସ୍ତରେ ସୁଇଡେନର ରାଜ ଦମ୍ପତ୍ତି

ନୂଆଦିଲ୍ଲୀ,୨।୧୨: ସୁଇଡେନର ରାଜା ଗୁସ୍ତାଫ ଓ ରାଣୀ ସିଲଭିୟା ୫ ଦିନିଆ ଗସ୍ତରେ ସୋମବାର ଭାରତକୁ ଆସିଛନ୍ତି। ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ସୁଇଡେନର ରାଜଦମ୍ପତିଙ୍କୁ ଭେଟି ଭବ୍ୟ ସ୍ବାଗତ ଜଣାଇଛନ୍ତି। ରାଜା ଗୁସ୍ତାଫ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ରାଜଦମ୍ପତ୍ତି ମୁମ୍ବାଇ ଓ ଉତ୍ତରାଖଣ୍ଡ ଗସ୍ତ କରିବେ ବୋଲି ଜଣାପଡ଼ିଛି। ଏଥିସହ ସେମାନେ ଦିଲ୍ଲୀର ଜାମା ମସ୍‌ଜିଦ, ଲାଲ କିଲ୍ଲା ଓ ଗାନ୍ଧୀ ସ୍ମୃତି ସ୍ଥଳ ପରିଭ୍ରମଣ କରିଛନ୍ତି। ରାଜାଙ୍କ ସହ ଏକ ପ୍ରତିନିଧିମଣ୍ଡଳ ମଧ୍ୟ ଆସିଥିବା ବେଳେ ତାଙ୍କର ଏହା ତୃତୀୟ ଭାରତ ଗସ୍ତ ବୋଲି ଜଣାପଡ଼ିଛି। ଉକ୍ତ ଗସ୍ତରେ ଦୁଇ ଦେଶର ସମ୍ପର୍କକୁ ମଜଭୁତ କରିବା ପାଇଁ ଦ୍ୱିପାକ୍ଷିକ ଆଲୋଚନା ହେବା ସହ କିଛି ଚୁକ୍ତି ମଧ୍ୟ ସ୍ବାକ୍ଷରିତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

Share