୫ ଦିନରେ୧୫୨୩ ଗ୍ରାହକ ଉଠାଇଛନ୍ତି ୬୭.୧୭ ଲକ୍ଷ ଟଙ୍କା

ବ୍ରହ୍ମପୁର ଅଫିସ,୧୬ା୫-ଚଳିତ ମାସ ପ୍ରଥମ ସପ୍ତାହରେ ଘଟିଥିବା ସାମୁଦ୍ରିକ ବାତ୍ୟା ଫନୀ ପୁରୀ ଜିଲାକୁ ବିଶେଷ ପ୍ରଭାବିତ କରିଛି । ଫଳରେ ବ୍ୟାଙ୍କ ସେବା ବିପର୍ଯ୍ୟସ୍ତ ହୋଇଯାଇଛି । ତେଣୁ ମୋବାଇଲ ଏଟିଏମ୍‌ ଦ୍ୱାରା ଗ୍ରାହକଙ୍କୁ ସେବା ଯୋଗାଇବା ବ୍ୟବସ୍ଥା କରିଛି ବ୍ରହ୍ମପୁର ସମବାୟ କେନ୍ଦ୍ର (ବିସିସି) ବ୍ୟାଙ୍କ । ଗତ ୧୦ରୁ ଆରମ୍ଭ ହୋଇଥିବା ଏହି ସେବା ୧୪ ତାରିଖ ସୁଦ୍ଧା ୫ ଦିନରେ ପୁରୀ ସହର ସମେତ ସେହି ଜିଲାର ବିଭିନ୍ନ ସ୍ଥାନରେ ୧୫୨୩ ଗ୍ରାହକଙ୍କୁ ୬୭.୧୭ ଲକ୍ଷ ଟଙ୍କା ଦିଆଯାଇଛି । ବ୍ୟାଙ୍କ ମୁଖ୍ୟ ପ୍ରଶାସନିକ ଅଧିକାରୀ ତଥା ପରିଚାଳନା ବୋର୍ଡ ସମ୍ପାଦକ ଚିତ୍ତରଞ୍ଜନ ପାଣିଗ୍ରାହୀ ବୁଧବାର ଏହି ସୂଚନା ଦେଇଛନ୍ତି । ଆବଶ୍ୟକ ସ୍ଥଳେ ଅଧିକ ଟଙ୍କା ଯୋଗାଇ ଦିଆଯିବାର ସେ ଦର୍ଶାଇଛନ୍ତି ।   ସୂଚନାଯୋଗ୍ୟ, ବିସିସି ବ୍ୟାଙ୍କ ଅଧୀନରେ ଗଜପତି ଜିଲାର ଅନେକ ଦୁର୍ଗମ ମାଳ ଅଞ୍ଚଳ ରହିଛି । ଆଦିବାସୀ ବହୁଳ ଗଁା ଗଣ୍ଡା ଓ ହାଟଗୁଡିକରେ ଗ୍ରାହକମାନେ ସୁବିଧାରେ ଟଙ୍କା ଉଠାଣ ଏଭଳିକି ବିିଭିନ୍ନ ଋଣ ବାବଦ ଅର୍ଥ ମଧ୍ୟ ମୋବାଇଲ ଏଟିଏମରୁ ଉଠାଇବାର ବ୍ୟବସ୍ଥା ହୋଇଛି। ଗତ ୩ ବର୍ଷ ତଳୁ ମୋବାଇଲ ଏଟିଏମ ଭ୍ୟାନ ପ୍ରଚଳିତ ହୋଇ ଆର.ଉଦୟଗିରି ବ୍ୟାଙ୍କ ଶାଖା ଅଧୀନରେ ରଖାଯାଇଛି। ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ (ଓଏସସିବି) ନିର୍ଦ୍ଦେଶରେ ବିସିସି ବ୍ୟାଙ୍କ ବାତ୍ୟା ଦ୍ୱାରା ପ୍ରଭାବିତ ପୁରୀକୁ ମୋବାଇଲ ଭ୍ୟାନ ପଠାଉଛି । ଏଟିଏମରୁ ଟଙ୍କା ସରିବା ମାତ୍ରେ ଅନଲାଇନ ଦ୍ୱାରା ପୁଣି ଭର୍ତ୍ତି କରାଯାଉଥିବା ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri