୫ ଦଫା ଦାବି ପୂରଣ ନେଇ ରାଜ୍ୟପାଳଙ୍କୁ ଭେଟିଲା ଭାଜପା: ଓବିସି କମିଶନ ଲାଗୁ ନ ହେଲେ ଆନ୍ଦୋଳନ ଚେତାବନୀ

ଭୁବନେଶ୍ୱର, ୪ା୮(ବ୍ୟୁରୋ):ରାଜ୍ୟରେ ଓବିସି କମିଶନ ଗଠନ, ପଛୁଆବର୍ଗ ଛାତ୍ରୀଛାତ୍ରଙ୍କୁ ବୃତ୍ତି ପ୍ରଦାନ, ଉଭୟ ସରକାରୀ ଓ ବେସରକାରୀ ନିଯୁକ୍ତି କ୍ଷେତ୍ରରେ ୨୭ପ୍ରତିଶତ ସଂରକ୍ଷଣ ବୃଦ୍ଧି, ଓବିସି ଫାଇନାନ୍ସ କର୍ପୋରେଶନ ମାଧ୍ୟମରେ ଋଣ ପ୍ରଦାନ ଏବଂ ସାମାଜିକ, ଶିକ୍ଷାଗତ ପଛୁଆବର୍ଗଙ୍କୁ(ଏସ୍‌ଇବିସି)ଙ୍କୁ ଓବିସି ବର୍ଗରେ ସାମିଲ କରିବା କ୍ଷେତ୍ରରେ ପଦକ୍ଷେପ ନେବାକୁ ଭାଜପା ପକ୍ଷରୁ ଦାବି କରାଯାଇଛି। ଏହି ଦାବି ନେଇ ଭାଜପାର ଏକ ପ୍ରତିନିଧି ଦଳ ଶନିବାର ରାଜ୍ୟପାଳଙ୍କୁ ଭେଟି ୫ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ଭାଜପା କରିଥିବା ଦାବି ହେଲା, କେନ୍ଦ୍ର ସରକାର ଦେଉଥିବା ବୃତ୍ତି ବାବଦ ରାଶିରୁ ବହୁତ କମ ପରିମାଣର ଅର୍ଥ ପଛୁଆ ବର୍ଗ ଛାତ୍ରୀଛାତ୍ରଙ୍କୁ ମିଳୁଛି। ଅନେକ ସମୟରେ ଏହାକୁ ମଧ୍ୟ ଦିଆଯାଉନାହିଁ, ଯଥାଶୀଘ୍ର ଏହି ଅନୁଦାନ ରାଜ୍ୟର ଛାତ୍ରୀଛାତ୍ରଙ୍କୁ ପ୍ରଦାନ କରାଯାଉ। ପିଲାମାନେ କେନ୍ଦ୍ର ନିକଟରେ ଆବେଦନ କଲାବେଳେ ରାଜ୍ୟରେ ଥିବା ଏସ୍‌ଇବିସି ସାର୍ଟିଫିକେଟ ଗ୍ରହଣୀୟ ହେଉନାହିଁ। ଏସ୍‌ଇବିସି ସାର୍ଟିଫିକେଟକୁ ଓବିସି ମାନ୍ୟତା ଦିଆଯାଇ ଏହାକୁ ଗ୍ରହଣ କରାଯାଉ। ଓବିସି ଅର୍ଥ ନିଗମକୁ ଋଣ ଅନୁଦାନ ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାର ୨ ବର୍ଷ ତଳୁ ନ୍ୟାଶ୍‌ନାଲ କମିଶନ ଫର ବ୍ୟାକ୍‌ଓ୍ବାର୍ଡ କ୍ଲାସେସ୍‌କୁ ପରିବର୍ତ୍ତନ କରି ନ୍ୟାଶନାଲ କମିଶନ ଫର ସୋସିଆଲି ଆଣ୍ଡ ଏଜୁକେସନାଲି ବ୍ୟାକଓ୍ବାର୍ଡ କ୍ଲାସେସ୍‌ କରିଛନ୍ତି। ଏହି କମିଶନ ସାମ୍ବିଧାନିକ ମାନ୍ୟତା ପ୍ରାପ୍ତ ହୋଇଥିବା ଯୋଗୁ ପଛୁଆ ବର୍ଗର ଲୋକଙ୍କୁ ନ୍ୟାୟ ଦେବାରେ ସହାୟକ ହୋଇଛି । ଅନ୍ୟପଟେ ରାଜ୍ୟର ଅର୍ଦ୍ଧାଧିକ ଜନସଂଖ୍ୟା ପଛୁଆ ବର୍ଗରୁ ଆସିଥିବା ସତ୍ତ୍ୱେ ରାଜ୍ୟ ସରକାର ଦୀର୍ଘବର୍ଷ ହେଲା ଓବିସି କମିଶନ ନିଯୁକ୍ତ କରିନାହାନ୍ତି। ଏହା ପଛୁଆବର୍ଗଙ୍କ ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତା। ଆର୍ଥିକ ସ୍ତରରେ ଥିବା ପଛୁଆ ବର୍ଗର ଲୋକଙ୍କୁ କିଭଳି ନିଜସ୍ବ ବ୍ୟବସାୟୀ ଆରମ୍ଭ କରି ନିଜ ଗୋଡରେ ନିଜେ ଠିଆ ହୋଇପାରିବେ ସେଥିପାଇଁ ଓବିସି ଅର୍ଥ କମିଶନକୁ ରାଜ୍ୟରେ ଲାଗୁ କରାଯାଉ ବୋଲି ଏହି ପ୍ରତିନିଧି ଦଳ ଦାବି କରିଛି। ରାଜ୍ୟ ଓବିସି କମିଶନ ଯଦି ତୁରନ୍ତ ଗଠନ କରା ନ ଯାଏ, ତା’ହେଲେ ଭାଜପା ଆନ୍ଦୋଳନକୁ ଓହ୍ଲାଇବ ବୋଲି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri