୫-ଟି ସଚିବଙ୍କ କୋଭିଡ୍‌-୧୯ ହସ୍ପିଟାଲ ପରିଦର୍ଶନ

ପାରାଦୀପ, ୧୭।୪ (ସ୍ବ.ପ୍ର.)-କରୋନା ମୁକାବିଲା ପାଇଁ ବିଭିନ୍ନ ଜିଲାରେ କୋଭିଡ୍‌-୧୯ ହସ୍ପିଟାଲ ସ୍ଥାପନ କରାଯାଉଛି। ଏହି କ୍ରମରେ ପାରାଦୀପଠାରେ ୧୦୦ଶଯ୍ୟା ବିଶିଷ୍ଠ କୋଭିଡ୍‌-୧୯ ହସ୍ପିଟାଲ ପ୍ରସ୍ତୁତ କରାଯାଇଛି। ଶୁକ୍ରବାର ୫-ଟି ସଚିବ ଭି.କେ. ପାଣ୍ଡିଆନ ପାରାଦୀପଠାରେ ପହଞ୍ଚତ୍ ଉକ୍ତ ହସ୍ପିଟାଲରେ ରୋଗୀ ସେବା ଲାଗି ଉଦ୍ଦିଷ୍ଟ ହେବା ଭଳି ବ୍ୟବସ୍ଥା କରିବାକୁ ଜିଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି। ୫-ଟି ସଚିବଙ୍କ ଗସ୍ତ ସମୟରେ ଜଗତ୍‌ସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଓ ଅନ୍ୟ ବିଭାଗୀୟ ମୁଖ୍ୟମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ପାରାଦୀପ ବେଳାଭୂମି ରାସ୍ତା ପାର୍ଶ୍ୱରେ ପୌରପାଳିକା ପକ୍ଷରୁ ନିର୍ମିତ ଯାତ୍ରୀ ନିବାସକୁ କୋଭିଡ୍‌-୧୯ ହସ୍ପିଟାଲ କରାଯାଇଛି। ବେଡ୍‌ ପାଇଁ ଖର୍ଚ୍ଚ କରାଯାଇଥିବା ସମସ୍ତ ଅର୍ଥ ପାରାଦୀପ ବନ୍ଦର ପକ୍ଷରୁ କରାଯାଇଛି।