୫-ଟି ଅଧୀନକୁ ଆସିଲା ଉଚ୍ଚଶିକ୍ଷା ବିଭାଗ: କଡ଼ାକଡ଼ି ଯାଞ୍ଚ ହେବ ଶିକ୍ଷକଙ୍କ ବାୟୋମେଟ୍ରିକ୍‌ ଉପସ୍ଥାନ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ୫-ଟି ଅଧୀନକୁ ଆସିଛି। ଏନେଇ ବିଭାଗ ପକ୍ଷରୁ ୧୭ ସୁତ୍ରୀ ଆକ୍ସନ ପ୍ଲାନ ସହ ନୋଡ଼ାଲ ଅଫିସର ନିଯୁକ୍ତ କରାଯାଇଛି। ଆକ୍ସନ ପ୍ଲାନରେ ସ୍କଲାରସିପ୍‌ କାଉନ୍‌ସିଲ ଗଠନ ପାଇଁ ଉଲ୍ଲେଖ ରହିଛି। ଅଧ୍ୟାପକମାନଙ୍କ ବାୟୋମେଟ୍ରିକ୍‌ ଉପସ୍ଥାନ ୭ ଘଣ୍ଟା ତଦାରଖ କଡ଼ାକଡ଼ି କରାଯିବା ସହ ବାର୍ଷିକ ପରୀକ୍ଷା ପାଇଁ ଛାତ୍ରୀଛାତ୍ରଙ୍କ ୭୫% ଉପସ୍ଥାନ ବାଧ୍ୟତାମୂଳକ କରାଯାଇଛି। ସେହିଭଳି ବ୍ଲକ ଓ ଜିଲାସ୍ତରରେ ମେଧା ତାଲିକା ପ୍ରସ୍ତୁତ କରାଯାଇ ଲାପ୍‌ଟପ୍‌ ବଣ୍ଟନ କରାଯିବ। ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ଏକକ ଟ୍ରାନ୍ସଫର ପଲିସି ରହିବ ବୋଲି ଜଣାପଡ଼ିଛି।