Categories: ଜାତୀୟ

୫ ଜୀବନ ବଞ୍ଚାଇ ଭାସିଗଲେ ଗାଇଡ୍‌

ଶ୍ରୀନଗର,୨ା୬(ପି.ଟି.): ଦୁଇ ବିଦେଶୀଙ୍କ ସମେତ ୫ ପର୍ଯ୍ୟଟକଙ୍କ ଜୀବନ ବଞ୍ଚାଇବା ପରେ ଜଣେ ଟୁରିଷ୍ଟ ଗାଇଡ୍‌ ନଦୀରେ ଭାସିଯାଇ ପ୍ରାଣ ହରାଇଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି ଜମ୍ମୁ-କଶ୍ମୀରସ୍ଥିତ ଅନ୍ତନନାଗ ଜିଲା ପହଲ୍‌ଗାମର ଏକ ରିସର୍ଟରେ।
ଦକ୍ଷିଣ କଶ୍ମୀରର ମାଓ୍ବୁରା ପହଲଗାମସ୍ଥିତ ରାଫ୍ଟିଙ୍ଗ୍‌ ପଏଣ୍ଟରେ ଶୁକ୍ରବାର ପର୍ଯ୍ୟଟକଙ୍କୁ ଏକ ରବର ବୋଟ୍‌ରେ ନେଇ ଗାଇଡ୍‌ ରୌଫ୍‌ ଅହମଦ ଦର ବାହାରିଥିଲେ। ନଈମଝିରେ ହଠାତ୍‌ ଖୁବ୍‌ ଜୋର୍‌ରେ ପବନ ବହିବାରୁ ଭେଳା ଡୁବିଯାଇଥିଲା। ରୌଫ୍‌ ନିଜ ଜୀବନକୁ ବାଜି ଲଗାଇ ବୁଡ଼ିଯାଉଥିବା ୫ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ସୁରକ୍ଷିତ ଭାବେ ସେ ବଞ୍ଚାଇଦେଇଥିଲେ। ହେଲେ ନଦୀ ସ୍ରୋତରେ ନିଜେ ଭାସିଯାଇଥିଲେ। ଉଦ୍ଧାରକାରୀ ଦଳ ଆସି ରୌଫ୍‌ଙ୍କୁ ଖୋଜିବା ବେଳକୁ ଅନ୍ଧାର ହୋଇଯାଇଥିଲା। ଶନିବାର ସକାଳେ ସାହସୀ ଟୁରିଷ୍ଟ ଗାଇଡ୍‌ଙ୍କ ମୃତଦେହ ଭବାନୀ ବ୍ରିଜ୍‌ ନିକଟରୁ ମିଳିଛି। ତାଙ୍କର ଏହି ଦୁଃସାହସିକ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

Share