୫ ଜିନିଷ ଯୋଗୁ ମସ୍ତିଷ୍କ ହୁଏ ବିକଶିତ

ଶରୀର ସହ ମସ୍ତିଷ୍କ ମଧ୍ୟ ସୁସ୍ଥ ରହିବା ନିହାତି ଜରୁରୀ। ତେବେ ଏହାର ବିକାଶ ଲାଗି ୫ ଜିନିଷ ସବୁଠୁ ଦରକାରୀ ହୋଇଥାଏ। ଜାଣନ୍ତୁ ସେ ସମ୍ପର୍କରେ…

ବ୍ରୋକଲି: ସବୁ ପରିବା ମଧ୍ୟରୁ ବ୍ରୋକଲିରେ ଅଧିକ ପୋଷକତତ୍ତ୍ୱ ଥାଏ। ଏହା ସ୍ବାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ହୋଇଥାଏ। ଏଥିରେ ପୂର୍ଣ୍ଣମାତ୍ରାରେ ମିନେରାଲ, ଆଣ୍ଟି ଅକ୍ସିଡାଣ୍ଟ, କ୍ୟାଲୋରି, ଫାଇବର ରହିଥାଏ। ଏହା ସହ ଶତପ୍ରତିଶତ ଭିଟାମିନ୍‌ ‘ଇ’ ମିଳିଥାଏ। ଏହା ମସ୍ତିଷ୍କର ବିକାଶରେ ସହାୟକ ହୋଇଥାଏ।

ପାଳଙ୍ଗ: ଏଥିରେ ଆଇରନ୍‌ ଓ ଭିଟାମିନ୍‌ ‘ଇ’ ମିଳିଥାଏ। ଏହା ମସ୍ତିଷ୍କକୁ ସମୃଦ୍ଧ କରିବା ସହ ଏଥିରେ ଥିବା ପୋଷକତତ୍ତ୍ୱ ସୁଚାର ରୂପେ ଚଳାଇଥାଏ।

ଶୁଖିଲା ଫଳ: ବାଦାମ, ଅଖରୋଟ୍‌ ଓ କାଜୁରେ ମଧ୍ୟ ଭିଟାମିନ୍‌ ‘ଇ’ ପ୍ରଚୁର ମାତ୍ରାରେ ରହିଥାଏ। । ଏଥିରୁୁ ପ୍ରତିଦିନ ମୁଠାଏ ଖାଇବା ଫଳରେ ମସ୍ତିଷ୍କ ବିକଶିତ ହୋଇଥାଏ।

ଅଭୋକଡା: ଏଥିରେ ଥିବା ଭରପୂର ଆଣ୍ଟି ଅକ୍ସିଡାଣ୍ଟ ତ୍ୱଚା, କେଶ ଓ ମସ୍ତିଷ୍କର ବିକାଶ କରିଥାଏ।

ଅଲିଭ୍‌ ତେଲ: ଖାଦ୍ୟ ପ୍ରସ୍ତୁତିରେ ଏହାର ବହୁଳ ବ୍ୟବହାର କରାଯାଇଥାଏ। ଏଥିରେ ଭିଟାମିନ୍‌ ‘ଇ’ ପ୍ରଚୁର ପରିମାଣରେ ରହିଥାଏ। ଏହା ଯେ କେବଳ ମସ୍ତିଷ୍କ ପାଇଁ ଲାଭଦାୟକ ତାହା ନୁହେଁ, ଏହା ହୃଦ୍‌ଘାତ ସମସ୍ୟାରୁ ମୁକ୍ତି ଦେଇଥାଏ।