Categories: ଜାତୀୟ

୫ ଜଣ ସ୍ତ୍ରୀଙ୍କ ଖର୍ଚ୍ଚ ବହନ କରିବାକୁ ୫୦ ମହିଳାଙ୍କୁ ଠକିଲେ

ଭୋପାଳ,୧୭।୧୦: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନରେ ଚାକିରି କରାଇଦେବା ନାଁରେ ୫୦ ମହିଳାଙ୍କୁ ଠକିଥିବା ଜଣେ ବ୍ୟକ୍ତିଙ୍କ ଗୁମର ଖୋଲିଛନ୍ତି ମଧ୍ୟ ପ୍ରଦେଶ ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍‌ଟିଏଫ୍‌) । ମଧ୍ୟ ପ୍ରଦେଶ ପୋଲିସରେ ଅଭିଯୋଗ ହୋଇଥିଲା କି କେତେଜଣ ଲୋକ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ନର୍ସ ଚାକିରି କରାଇଦେବା ନାଁରେ ମହିଳାମାନଙ୍କୁ ଠକୁଛନ୍ତି। ଏହି ମାମାଲାକୁ ପରେ ଏସ୍‌ଟିଏଫ୍‌କୁ ହସ୍ତାନ୍ତର କରାଯାଇଥିଲା। ଏହାର ଯାଞ୍ଚ ପରେ ମାମଲାର ମୁଖ୍ୟ ଅଭିଯୁକ୍ତ ଦିଲସାଦ ଖାଁ(ଜବଲପୁର ନିବାସି) ଓ ତାଙ୍କର ସହଯୋଗୀ ଆଲୋକ କୁମାର(ଭୋପାଳ ନିବାସୀ)ଙ୍କୁ ଗିରଫ କରାଯାଇଥିଲା। ତଦନ୍ତ ପରେ ଜଣାପଡିଥିଲା କି ଦିଲସାଦଙ୍କର ୫ ଜଣ ସ୍ତ୍ରୀ ଥିବା ବେଳେ ସେମାନଙ୍କ ଭରଣ ପୋଷଣ ପାଇଁ ସେ ଲୋକମାନଙ୍କୁ ଏମିତି ଠକୁଥିଲେ।

Share