Categories: ଜାତୀୟ

୫ ଘଣ୍ଟା ଡାଉନ୍‌ ରହିବା ପରେ ଏୟାର ଇଣ୍ଡିଆ ସର୍ଭର ପୁଣି କାମକଲା: ଦେଶ-ବିଦେଶରେ ଶହଶହ ଯାତ୍ରୀ ହଇରାଣ

ନୂଆଦିଲ୍ଲୀ, ୨୭।୪: ଏୟାର ଇଣ୍ଡିଆର ସର୍ଭର ଶନିବାର ଭୋର୍‌ ସାଢ଼େ ୩ଟାଠାରୁ ଡାଉନ୍‌ ରହିଥିଲା। ଫଳରେ ଦେଶ ବିଦେଶର ଶହଶହ ଯାତ୍ରୀ ହଇରାଣ ହୋଇଥିଲେ। ତେବେ ଏହା ପୁଣିଥରେ ସ୍ବାଭାବିକ ଭାବେ କାମ କରିଛି। ଏନେଇ ଏୟାର ଇଣ୍ଡିଆ ଅଧ୍ୟକ୍ଷ ଅଶ୍ୱିନୀ ଲୋହାନି ସୂଚନା ଦେଇଛନ୍ତି। ଏସଆଇଟିଏ-ଡିସିଏସ୍‌ ସିଷ୍ଟମ ଡାଉନ୍‌ ଯୋଗୁ ସମସ୍ୟା ସୃଷ୍ଟି ହୋଇଥିବା ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ୩ ହଜାରରୁ ଅଧିକ ଯାତ୍ରୀ ଫଶି ରହିଥିବାବେଳେ ମୁମ୍ବାଇ ବନ୍ଦରରେ ୨ ହଜାରରୁ ଅଧିକ ଯାତ୍ରୀ ହଇରାଣ ହରକତ ହୋଇଥିବା କୁହାଯାଉଛି। ତେବେ ସର୍ଭର କାମ କରିବା ପରେ ଯାତ୍ରୀମାନେ ଗନ୍ତବ୍ୟ ପଥରେ ଯିବା ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ, ପ୍ରତିିନ ମଧ୍ୟାହ୍ନ ୧୨ଟା ସୁଦ୍ଧା ଦିଲ୍ଲୀରୁ ଏୟାର ଇଣ୍ଡିଆର ପ୍ରାୟ ୫୦ ବିମାନ ଉଡ଼ାଣ ଆରମ୍ଭ କରିଥାଏ।

Share