୫୯ ବର୍ଷ ଧରି ବିପଦ ଶଙ୍କୁଳ ଅବସ୍ଥାରେ ବ୍ରିଜ୍‌ ପାରି ହେଉଛନ୍ତି ଲୋକେ

ଇସଲାମାବାଦ୍‌, ୧।୬: ପାକିସ୍ତାନରେ ରହିଛି ପୃଥିବୀର ସବୁଠାରୁ ବିପଦ ଶଙ୍କୁଳ ବ୍ରିଜ୍‌। ଏହା କାଠ ପଟା ଏବଂ ଲୁହା ଜଞ୍ଜିରରେ ନିର୍ମିତ। ୧୯୬୦ରେ ଏହି ଝୁଲା ବ୍ରିଜ୍‌କୁ ତତ୍‌କାଳୀନ ପାକିସ୍ତାନ ରାଷ୍ଟ୍ରପତି ଆୟୁବ ଖାଁ ବୋରିକ୍‌ ହ୍ରଦ ଉପରେ ନିର୍ମାଣ କରିଥିଲେ। ଗିଲ୍‌ଗିଟ୍‌-ବାଲ୍ଟିସ୍ତାନରେଥିବା ଏହି ବ୍ରିଜ୍‌ ଜରାବାଦ ଏବଂ ହୁସୈନି ଗାଁ ମଧ୍ୟରେ ଯାତାୟତ କରିବାର ଏକମାତ୍ର ମାଧ୍ୟମ। ଝଡ ତୋଫାନ ସମୟରେ ଏହା ଭୟଙ୍କର ଭାବେ ଦୋଳି ଖେଳିଥାଏ। ଏହାଉପରେ ଦେଇଯିବା ମୃତ୍ୟୁ ସହିତ ବାଜି ଲଗାଇବାଠାରୁ ମଧ୍ୟ କମ୍‌ ନୁହେଁ। ୨୦୧୧ରେ ଭୂଇଁ ଧସିଯିବାରୁ ଏହା ଭାଙ୍ଗିରୁଜି ଯାଇଥିଲା। ପରେ ଏହାକୁ ପୁଣି ଥରେ ନିର୍ମାଣ କରାଯାଇଛି। ଏବେ ଏଥିରେ ଥିବା କାଠପଟା ମଧ୍ୟରେ ଦୂରତା ଅଧିକ ରହିଛି। ଫଳରେ ବ୍ରିଜ୍‌ ଅଧିକ ବିପଦ ଶଙ୍କୁଳ ହୋଇଛି।

Share