୫୯ ବର୍ଷରେ ପଦାର୍ପଣ କଲେ ରତି ଅଗ୍ନିହୋତ୍ରୀ: ଫିଲ୍ମରେ ଅଭିନୟ ପାଇଁ ସହିଥିଲେ ବହୁ ଅତ୍ୟାଚାର

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ରତି ଅଗ୍ନିହୋତ୍ରୀ ମଙ୍ଗଳବାର ୫୯ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୦ ଡିସେମ୍ବର ୧୦ରେ ସେ ଜନ୍ମଗ୍ରହଣ କରିଥିଲେ। ସେ ହିନ୍ଦୀ, ତେଲୁଗୁ, କନ୍ନଡ଼ ଆଦି ଭାଷାର ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ରତି ଫିଲ୍ମରେ ଅଭିନୟ କରିବା ପାଇଁ ଅନେକ ଅତ୍ୟାଚାର ତଥା ବାଧାର ସମ୍ମୁଖୀନ ହୋଇଥିଲେ। ବିବାହ ପରେ ସ୍ବାମୀ ଅନୀଲ୍‌ ବୀରଓ୍ବାନୀ ରତି ଫିଲ୍ମରେ କାମ କରନ୍ତୁ ତାହା ପସନ୍ଦ କରୁ ନ ଥିଲେ। ତେଣୁ ପାରିବାରିକ ଜୀବନରେ ଝଡ଼ ଉଠିଥିଲା । ଅନୀଲ ରତିଙ୍କୁ ଶାରୀରିକ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ତେବେ ପୁଅ ତନୁଜ ବୀରଓ୍ବାନୀଙ୍କ ଜନ୍ମପରେ ପରିସ୍ଥିତିରେ କିଛି ସୁଧାର ହୋଇଥିଲା। ଥରେ ଅନୀଲ ରତିଙ୍କୁ ଛୁରୀରେ ହତ୍ୟା କରିବା ଉଦ୍ୟମ ନେଇ ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା। ଏହାପରେ ରତି ସ୍ବାମୀ ଅନୀଲଙ୍କଠାରୁ ଅଲଗା ରହିବାକୁ ଆରମ୍ଭ କରିଥିଲେ।

Share