Categories: ଜାତୀୟ

୫୯ ନୂଆ ଜିଲା ଅଧ୍ୟକ୍ଷ ନିଯୁକ୍ତ କଲା ଭାଜପା

ଲକ୍ଷ୍ନୌ,୨୮।୧୧: ଉତ୍ତର ପ୍ରଦେଶରେ ଭାରତୀୟ ଜନତା ପାର୍ଟି(ଭାଜପା) ୫୯ ନୂଆ ଜିଲା ଅଧ୍ୟକ୍ଷଙ୍କୁ ନିଯୁକ୍ତ କରିଥିବା ସୂଚନା ମିଳିଛି। ଏଥିରେ ନୂଆ ତଥା ଯୁବ ଚେହେରାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଦଳର ପ୍ରଦେଶ ପ୍ରଭାରୀ ତଥା ନଗର ଉନ୍ନୟନ ମନ୍ତ୍ରୀ ଆଶୁତୋଷ ଟଣ୍ଡନ ବୁଧବାର ବିଳମ୍ବିତ ରାତିରେ ନବନିର୍ବାଚିତ ଜିଲା ଅଧ୍ୟକ୍ଷଙ୍କ ତାଲିକା ଜାରି କରିଛନ୍ତି। ୨୦୨୦ରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଲକ୍ଷ୍ୟ କରି ଏହି ଘୋଷଣା କରାଯାଇଥିବା ସୂଚନା ମିଳିଛି। ଦେଶର ଗଣିତକୁ ଦେଖି ଭାଜପା ଆଗୁଆ ଏଭଳି କରିଥିବା ଆଲୋଚନା ହେଉଛି।

Share