୫୯ନଂ କରୋନା ଆକ୍ରାନ୍ତ ବମିଖାଲର ୭୫ବର୍ଷୀୟ ବୃଦ୍ଧ

ଭୁବନେଶ୍ୱର,୧୪।୪(ବ୍ୟୁରୋ): ରାଜଧାନୀରେ  ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବମିଖାଲର ୩ଜଣ ହୋଇଥିବା ବେଳେ ଜଣେ ଝାରପଡ଼ା ଅଞ୍ଚଳର । ତେବେ ବମିଖାଲର ବେବିଲୋନ୍‌ ଆପାର୍ଟମେଣ୍ଟରୁ ହିଁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୭ନଂ ଆକ୍ରାନ୍ତ ଜଣେ ପୁରୁଷ ଏବଂ ୫୮ନଂ ଜଣେ ମହିଳା ଉକ୍ତ ଆପାର୍ଟମେଣ୍ଟରେ ରହୁଥିଲେ। ସେହିଭଳି ୫୯ନଂ ଆକ୍ରାନ୍ତଜଣଙ୍କ ୭୫ବର୍ଷୀୟ ବୃଦ୍ଧ। ସେ ମଧ୍ୟ ଚିହ୍ନଟ ଆକ୍ରାନ୍ତଙ୍କ ପଡ଼ୋଶୀ। ଲକ୍‌ଡାଉନ୍‌ ସମୟରୁ ସେ ଘରେ ରହୁଥିଲେ। ତାଙ୍କ ନିକଟରେ କୌଣସି ଲକ୍ଷଣ ନ ଥିଲେ ହେଁ ଆବଦ୍ଧାଞ୍ଚଳର ହୋଇଥିବା ହେତୁ ତାଙ୍କର ମଧ୍ୟ ନମୂନା ପରୀକ୍ଷଣ ପାଇଁ ପଠାଯାଇଥିଲା। ଏପ୍ରିଲ ୧୪ରେ ଏହା ପଜିଟିଭ୍‌ ଆସିଛି। ଏହା ଜଣାପଡ଼ିବା ପରେ ତାଙ୍କୁ କିମ୍ସ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।