Categories: ଜାତୀୟ

୫୮ ପୁରୁଣା ଆଇନ ରଦ୍ଦ ହେବ

ନୂଆଦିଲ୍ଲୀ,୩୦ା୭(ପି.ଟି.)-ଦେଶରେ ପ୍ରଚଳିତ ୫୮ଟି ପୁରୁଣା ଆଇନକୁ ରଦ୍ଦ କରିବା ଲାଗି ସୋମବାର ଲୋକ ସଭାରେ ବିଲ୍‌ ଗୃହୀତ ହୋଇଛି। ଏହି ଆଇନ ଜନସାଧାରଣଙ୍କ ପାଇଁ ସୁବିଧାଜନକ ହୋଇ ନ ଥିବାରୁ ସେଗୁଡିକୁ ହଟାଇଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଉକ୍ତ ବିଲ୍‌ ଆଗତ କରି କହିଥିଲେ, ଭାଜପା ନେତୃତ୍ୱାଧୀନ ସରକାର କ୍ଷମତାକୁ ଆସିବା ପରେ ୧୪୨୮ଟି ପୁରାତନ ଆଇନକୁ ରଦ୍ଦ କରାଗଲାଣି। ପରିବର୍ତ୍ତିତ ଆଇନ ସମ୍ପର୍କରେ ପୋଲିସକୁ ଶିକ୍ଷା ଦେବା ପାଇଁ କ’ଣ ପଦକ୍ଷେପ ନିଆଯାଇଛି ତାହା ଜାଣିବାକୁ କଂଗ୍ରେସ ଏମ୍‌ପି ଶଶୀ ଥରୁର ଚାହିଁଥିଲେ। ବୈବାହିକ ବଳାତ୍କାର ଆଇନରେ ପରିବର୍ତ୍ତନ ହେବା ଆବଶ୍ୟକ ବୋଲି ଥରୁର କହିଥିଲେ।

Share