୫୮ନଂ କରୋନା ଆକ୍ରାନ୍ତ ଜଣେ ମହିଳା: ଲକ୍ଷଣ ନ ଥିଲେ ହେଁ ରିପୋର୍ଟ ଆସିଛି ପଜିଟିଭ୍‌, କିମ୍ସ କୋଭିଡ୍‌ ଡାକ୍ତରଖାନା ସ୍ଥାନାନ୍ତର

ଭୁବନେଶ୍ୱର,୧୪।୪(ବ୍ୟୁରୋ): ରାଜ୍ୟରେ ଚିହ୍ନଟ ହୋଇଥିବା ଆଉ ୪ କରୋନା ପଜିଟିଭ୍‌ ମାମଲାଗୁଡ଼ିକ ଭୁବନେଶ୍ୱରର। ସୋମବାର ପରୀକ୍ଷା ହୋଇଥିବା ୫୬୪ଟି ନମୂନା ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ତେବେ ସମସ୍ତଙ୍କ ଗସ୍ତ ବିବରଣୀ ବିଷୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତଦନୁଯାୟୀ ୫୮ନଂ କରୋନା ଆକ୍ରାନ୍ତ ବୋମିଖାଲର ବେବିଲୋନ ଆପାର୍ଟମେଣ୍ଟରେ ରହୁଥିବା ଜଣେ ମହିଳା। ସେ ଚିହ୍ନଟ ହୋଇଥିବା ଜଣେ କରୋନା ଆକ୍ରାନ୍ତଙ୍କ ପଡ଼ୋଶୀ। ତାଙ୍କ ନିକଟରେ କରୋନା ଲକ୍ଷଣ ପ୍ରକାଶ ପାଇ ନ ଥିଲା। ହେଲେ ଆବଦ୍ଧାଞ୍ଚଳର ହୋଇଥିବାରୁ ତାଙ୍କ ନମୂନା ପରୀକ୍ଷା କରାଯାଇଥିଲା। ଏପ୍ରିଲ ୧୪ରେ ଏହା ପଜିଟିଭ୍‌ ଆସିଥିଲା। ତାଙ୍କୁ କିମ୍ସ କୋଭିଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।