୫୬ କର୍ମଚାରୀଙ୍କୁ ଛଟେଇ କଲା ଓ୍ବାଲ୍‌ମାର୍ଟ

ନୂଆଦିଲ୍ଲୀ,୧୪-୧: ବିଶ୍ୱର ସର୍ବବୃହତ୍ତ ରିଟେଲର ଓ୍ବାଲମାର୍ଟ ଇଙ୍କ ଭାରତରେ କାର୍ଯ୍ୟରତ ଏହାର ୫୬ ଏକଜିକ୍ୟୁଟିଭଙ୍କୁ ଛଟେଇ କରି ଦେଇଛି। ବ୍ୟବସାୟ ପୁନର୍ଗଠନ ଯୋଜନା ମୁତାବକ କମ୍ପାନୀ ଏଭଳି ପଦକ୍ଷେପ ହାତକୁ ନେଇଛି। କମ୍ପାନୀ ଏହାର ପାଇକାରୀ ବାଣିଜ୍ୟକୁ ଭାରତରେ ସମ୍ପ୍ରସାରଣ କରୁଥିବା ବେଳେ ଛଟେଇ ଭଳି ପଦକ୍ଷେପ ଏହା ଲାଗି ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି। ସମଗ୍ର ଏସିଆରେ ଏହା ମୋଟ ୨୮ ଷ୍ଟୋର ସହ ସେବା ଯୋଗାଉଛି। ଛୋଟଛୋଟ କର୍ମଚାରୀଙ୍କୁ କମ୍ପାନୀ ସାମଗ୍ରୀ ବିକ୍ରି କରୁଥିବା ବେଳେ ଖୁଚୁରା ଗ୍ରାହକଙ୍କୁ ସାମଗ୍ରୀ ଯୋଗାଣ କରି ନ ଥାଏ। ଛଟେଇ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ୮ ଜଣ ବରିଷ୍ଠ ମ୍ୟାନେଜମେଣ୍ଟ ସ୍ତରର ହୋଇଥିବା ବେଳେ ଅନ୍ୟମାନେ ମଧ୍ୟମ ଏବଂ ନିମ୍ନ ମ୍ୟାନେଜମେଣ୍ଟ ସ୍ତରର ବୋଲି ଓ୍ବାଲ୍‌ମାର୍ଟ ଇଣ୍ଡିଆର ସଭାପତି ତଥା ସିଇଓ କ୍ରିସ ଆୟାର କହିଛନ୍ତି। ପରିଚାଳନା ଧାରାକୁ ଆହୁରି ସଙ୍ଗଠିତ କରିବା ଲାଗି କର୍ପୋରେଟ ପୁନର୍ଗଠନ କରାଯାଇଥିବା ସେ ମତ ରଖିଛନ୍ତି। ଭାରତୀୟ ଇ-କମର୍ସ କ୍ଷେତ୍ରରେ ଏହି କମ୍ପାନୀ ଫ୍ଲିପକାର୍ଟ ଦ୍ୱାରା ପ୍ରବେଶ କରିଛି। ଫ୍ଲିପକାର୍ଟର ସିଂହଭାଗ ଅଂଶଧନକୁ ଏହା ୧୬ ବିଲିୟନ ଡଲାରରେ ଅଧିଗ୍ରହଣ କରିଥିଲା। କମ୍ପାନୀ ଅନଲାଇନ ଉପରେ ଫୋକସ କରିଥିବାରୁ ଛଟେଇ ହୋଇଥିବା କିଛି ଅଧିକାରୀ ମତ ରଖିଛନ୍ତି। ଏହାବାଦ ବିଜନେସଟୁ ବିଜ୍‌ନେସ ଏବଂ ରିଟେଲ ଇ-କମର୍ସ ବର୍ଗରେ ଏହା ସମ୍ପ୍ରସାରଣ ନେଇ ଯୋଜନା ରଖିଥିବା କୁହାଯାଉଛି। ସାରା ଦେଶରେ ଓ୍ବାଲ୍‌ମାର୍ଟର ୫,୩୦୦ କର୍ମଚାରୀ କାର୍ଯ୍ୟ କରୁଥିବା ବେଳେ ମୁଖ୍ୟ କାର୍ଯ୍ୟାଳୟରେ ୬୦୦ କର୍ମଚାରୀ କାମ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri