୫୫ ସନ୍ଦିିଗ୍ଧଙ୍କ ସ୍ବାବ ରିପୋର୍ଟ ନେଗେଟିଭ୍‌

ପାରଳାଖେମୁଣ୍ଡି,୨୯ା୪(ସ୍ବ.ପ୍ର.): ପଡୋଶୀ ଆନ୍ଧ୍ର ପ୍ରଦେଶ ରାଜ୍ୟ ଶ୍ରୀକାକୁଲମ ଜିଲା ପୁରୁଣାପାଟଣା ଅଞ୍ଚଳରେ ଚିହ୍ନଟ ୩ କରୋନା ପଜିଟିଭ୍‌ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଗଜପତି ଜିଲାର ୫୫ ଜଣଙ୍କ ସ୍ବାବ ରିପୋର୍ଟ ନେଗେଟିଭ୍‌ ଆସିଛି। ଏ ନେଇ ବୁଧବାର ଗଜପତି ଜିଲାପାଳ ଅନୁପମ ଶାହା ଏକ ଭିଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଶ୍ରୀକାକୁଲମ୍‌ ଜିଲାରେ ଆଉ ଦୁଇ ତିନୋଟି ପଜିଟିଭ୍‌ ମାମଲା ଆସିବା ସମ୍ଭାବନା ରହିଛି। ଗଜପତି ଜିଲା ଏହାର ସୀମାନ୍ତବର୍ତ୍ତୀ ଜିଲା ହୋଇଥିବାରୁ ଏଠାରେ ଲକ୍‌ଡାଉନ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସେ ଜିଲାବାସୀଙ୍କୁ ନବେଦନ କରିଛନ୍ତି। ଜିଲାର ଗାରବନ୍ଧ ଠାରୁ ଆରମ୍ଭ କରି ଗୁଣୁପୁର ପର୍ଯ୍ୟନ୍ତ ପ୍ରାୟ ୭୦ରୁ ୮୦ କିମି ଅଞ୍ଚଳରେ ଅନେକ ସ୍ଥାନ ଆନ୍ଧ୍ର ସହ ସଂଯୋଗ କରୁଛି। ତେଣୁ ଏହି ସମସ୍ତ ସ୍ଥାନରେ ନାକା ପଏଣ୍ଟ କରାଯାଇ ପୋଲିସ ପକ୍ଷରୁ କଡ଼ା ନଜର ରଖାଯାଇଛି। ସେହିପରି ସକାଳ ୬ଟାରୁ ଦିନ ୧୦ଟା ଏବଂ ଅପରାହ୍ନ ୫ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ପୂର୍ବଭଳି ଖୋଲା ରହିବ ବୋଲି ଜିଲାପାଳ ଏହି ବାର୍ତ୍ତାରେ କହିଛନ୍ତି। ସାମାଜିକ ଦୂରତାକୁ ମାନିବା, ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା ସହ ଘରେ ରହି ସୁରକ୍ଷିତ ରହିବା ଏବଂ ଅନ୍ୟଙ୍କୁ ସୁରକ୍ଷିତ ରଖିବାରେ ସହଯୋଗ କରିବା ପାଇଁ ସେ ଆହ୍ବାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ପଡ଼ିବ ଶୁଭ-ଅଶୁଭ ପ୍ରଭାବ; ଅଚାନକ ଧନୀ ହେବେ ୩ ରାଶି!

ଜ୍ୟୋତିଷ ଶାସ୍ତ୍ରରେ, ଶନି ସବୁଠାରୁ ଧୀର ଗତିଶୀଳ ଗ୍ରହ । ପ୍ରାୟ ୨.୫ ବର୍ଷ ପର୍ଯ୍ୟନ୍ତ ଏକ ରାଶିରେ ରହିଥାଏ। ଏହା ପ୍ରାୟ ଗୋଟିଏ ବର୍ଷ ପାଇଁ…

ଲଜ୍ଜାଜନକ ରେକର୍ଡ କଲେ ଅଭିଷେକ ଶର୍ମା: ପ୍ରଥମ ଭାରତୀୟ ଭାବେ…

ନୂଆଦିଲ୍ଲୀ,୧୯/୨: ଅଭିଷେକ ଶର୍ମା ଏକ ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଟି-୨୦ ବିଶ୍ୱକପ ଇତିହାସରେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ତାଙ୍କର ପ୍ରଥମ ତିନୋଟି ଇନିଂସରେ…

ଦୋକାନ ବନ୍ଦ କରି ଫେରୁଥିଲେ ଗହଣା ଦୋକାନୀ, ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ଦୁର୍ବୃତ୍ତ

ନୀଳଗିରି,୧୯ା୨(ପ୍ରଶାନ୍ତ କୁମାର ବିଶ୍ବାଳ): ନୀଳଗିରି ଥାନା ଅଧୀନ ସନ୍ତରାଗଡ଼ିଆ ବଜାରର ଜଣେ ଗହଣା ଦୋକାନୀ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

କେବଳ ୭ ମିନିଟ୍‌….ତେଜିଲା ଚାଷୀ ସମସ୍ୟା

ଭୁବନେଶ୍ୱର,୧୯।୨ (ରବିନାରାୟଣ ଜେନା): ବୁଧବାର ପୂର୍ବାହ୍ନ ସାଢ଼େ ୧୦ଟାରେ ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ଭାଜପା…

ଲଘୁଚାପ କ୍ଷେତ୍ର ସକ୍ରିୟ, ୨୫ଯାଏ ଶୁଖିଲା ପାଗ

ଭୁବନେଶ୍ୱର,୧୯ା୨(ଅନୁରାଧା ମହାରଣା): ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ବୁଧବାର ସକ୍ରିୟ ରହିଛି । ଏହା ପ୍ରଭାବରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ପାଣିପାଗ ଧୀରେ ଧୀରେ…

ଏଆଇ ସମିଟ୍‌: ଚାଇନା ରୋବୋକୁ ନେଇ ବିବାଦ

ନୂଆଦିଲ୍ଲୀ,୧୯ା୨(ରଏଟର୍ସ/ପିଟି):ଭାରତ ସରକାରଙ୍କ ପକ୍ଷରୁ ଆୟୋଜିତ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଚାଇନା ନିର୍ମିତ ଏକ ରୋବୋଟିକ୍‌ ଡଗ୍‌କୁ ବୁଧବାର ଘରୋଇ ବିଶ୍ୱବିଦ୍ୟାଳୟ ଗାଲ୍‌ଗୋଟିଆସ୍‌ ନିଜର ବୋଲି ଦର୍ଶାଇବା ନେଇ…

ଡାଇନିଂ ଟେବୁଲରେ ହେଲା ଝଗଡ଼ା, ଭାଉଜ-ଭାଇଙ୍କୁ ହତ୍ୟା କଲା ଭାଇ

ଲକ୍ଷ୍ନୌ,୧୯।୨ ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଏକ ସାମାନ୍ୟ ଝଗଡ଼ା ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଛି । ଜଣେ ଯୁବକ ତାଙ୍କ ଭାଉଜ ଏବଂ ଭାଇଙ୍କୁ ଧାରୁଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri