୫୫ ବର୍ଷରେ ଫରହା ଖାଁ: ଶିରିଶ କୁନ୍ଦର ମଦ୍ୟପାନ କରି ତାଙ୍କୁ ଭଲ ପାଉଥିବା କହିଥିଲେ…

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ କୋରିଓଗ୍ରାଫର ଫରହା ଖାଁ ଗୁରୁବାର ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୬୫ ଜାନୁୟାରୀ ୯ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ଶିଲା କି ଜବାନୀ, ମୁନ୍ନୀ ବଦନାମ୍‌ ହୁଇ ଭଳି ଗୀତରେ କୋରିଓଗ୍ରାଫି ଦେଇ ସେ ବେଶ୍‌ ଚର୍ଚ୍ଚାରେ ରହିଥିଲେ। ଶିରିଶ କୁନ୍ଦରଙ୍କ ସହିତ ଦୀର୍ଘଦିନ ଡେଟିଂ କରିବା ପରେ ଫରହା ତାଙ୍କୁ ବିବାହ କରିଥିଲେ। ତେବେ ଫରହାଙ୍କ ଭଲ ପାଉଥିବା କହିବା ପାଇଁ ଶିରିଶଙ୍କୁ ଲାଗିଥିଲା ଅନେକ ଦିନ। ଏକ ପାର୍ଟିରେ ଶିରିଶ ମଦ୍ୟପାନ କରି ଫରହାଙ୍କ ପାଖରେ ଟଳମଳ ହୋଇ ପହଞ୍ଚତ୍ଥିଲେ। ତାଙ୍କର ଏପରି ଅବସ୍ଥା ଦେଖି ଫରହା ବ୍ୟସ୍ତ ହୋଇଥିଲେ। ତେବେ ଶିରିଶ ତାଙ୍କୁ ଭଲ ପାଉଥିବା କହିଥିଲେ। ପରେ ଦୁହେଁ ୨୦୦୪ରେ ବିବାହ କରିଥିଲେ।

Share