୫୫ ବର୍ଷରେ ଆମିର ଖାଁ: ରୀନାଙ୍କ ପାଖକୁ ଲେଖିଥିଲେ ରକ୍ତରେ ଚିଠି

ମୁମ୍ବାଇ: ବଲିଉଡ୍‌ ଷ୍ଟାର୍‌ ଆମିର ଖାଁ ଶନିବାର ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୬୫ ମାର୍ଚ୍ଚ ୧୪ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ଫିଲ୍ମ କୟାମତ୍‌ ସେ କୟାମତ୍‌ ତକ୍‌ରେ ସେ ଡେବ୍ୟୁ କରିଥିଲେ। ଆମିର ରୀନା ଦତ୍ତଙ୍କ ପ୍ରେମରେ ଥିଲେ ପାଗଳ। ଆମିର୍‌ ହାତ କାଟି ରକ୍ତରେ ରୀନାଙ୍କ ପାଖକୁ ଚିଠି ଲେଖିଥିଲେ। ଆମିର ମୁସଲମାନ୍‌ ଥିବାବେଳେ ରୀନା ଥିଲେ ହିନ୍ଦୁ। ତେଣୁ ବିବାହରେ ଉପୁଜିଥିଲା ବାଧା। ତେବେ ଏହାକୁ ଖାତିର ନ କରି ଦୁହେଁ ୧୯୮୬ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ପରେ ବଲିଉଡ୍‌ରେ ଆମିରଙ୍କ ସଫଳତା ଜାରି ରହିଥିଲା। ପାରିବାରିକ ସମସ୍ୟା ଯୋଗୁ ୨୦୦୨ରେ ଆମିର ଏବଂ ରୀନାଙ୍କର ଛାଡପତ୍ର ହୋଇଥିଲା। ଏହାର ୩ ବର୍ଷ ପରେ ଆମିର ୨୦୦୫ରେ କିରଣ ରାଓଙ୍କୁ ବିବାହ କରିଥିଲେ।

Share