Categories: ଜାତୀୟ

୫୪ ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ମୁମ୍ବାଇ,୧୯।୧(ପି.ଟି.): ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ପକ୍ଷରୁ ଶନିବାର ୫୪ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ପୂର୍ବତନ ଏଏପି ନେତା ଆଳକା ଲାମ୍ବା ଚାନ୍ଦ୍‌ନୀଚୌକ, ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ କୀର୍ତ୍ତି ଆଜାଦ୍‌ଙ୍କ ସ୍ତ୍ରୀ ପୁନମ୍‌ ସଙ୍ଗମବିହାର, ପୂର୍ବତନ କେନ୍ଦ୍ରମନ୍ତ୍ରୀ କ୍ରିଷ୍ଣା ତୀରଥ୍‌ ପଟେଲନଗର, ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଲଭ୍‌ଲି ଗାନ୍ଧୀନଗର, ପୂର୍ବତନ ମନ୍ତ୍ରୀ ଅଶୋକ କୁମାର ଓ୍ବାଲିଆ କ୍ରିଷ୍ଣାନଗର, ହାରୁନ୍‌ ୟୁସୁଫ ବଲ୍ଲିମାରାନ୍‌, ମତିନ୍‌ ଅହମଦ ସିଲମ୍‌ପୁର ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି। ତେବେ ଏଏପି ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ବିରୋଧରେ କାହାକୁ ପ୍ରାର୍ଥୀ କରାଯିବ, ସେନେଇ କଂଗ୍ରେସ କୌଣସି ଘୋଷଣା କରିନାହିଁ।

Share