Posted inଜାତୀୟ

୪୫ ବର୍ଷ ପରେ ଭାରତ-ଚାଇନା ସୀମାରେ ଗୁଳି ବିନିମୟ: ଜଣେ କର୍ନଲ-୨ ଯବାନ ଶହୀଦ

ଲଦାଖ, ୧୬।୬: ଭାରତ ଚାଇନା ସୀମାରେ ଦୀର୍ଘ ୪୫ ବର୍ଷ ପରେ ପୁଣି ଥରେ ଗୁଳି ବିନିମୟ ହୋଇଛି। ଏହି ଘଟଣାରେ ଜଣେ କର୍ନଲ ଏବଂ ୨ ଜଣ ଯବାନ ଶହୀଦ ହୋଇଛନ୍ତି। ଚାଇନର ୩ ସୈନ୍ୟଙ୍କର ଏଥିରେ ମୃତ୍ୟୁ ଘଟିଥିବା କୁହାଯାଉଛି। ସୋମବାର ରାତିରେ ଲଦାଖର ଗଲଓ୍ବାଂ ଘାଟିରେ ଦୁଇପକ୍ଷ ମୁହାଁମୁହିଁ ହୋଇଥିଲେ। ଶେଷଥର ପାଇଁ ୧୯୭୫ ଅକ୍ଟୋବର ୨୦ରେ ଅରୁଣାଚଳପ୍ରଦେଶର ତୁଲୁଙ୍ଗ୍‌ ଲାଠାରେ ଭାରତ ଚାଇନା ସୈନ୍ୟ ମୁହାଁମୁହିଁ ହୋଇଥିଲେ। ଏଥିରେ ୪ ଭାରତୀୟ ଯବାନ ଶହୀଦ ହୋଇଥିଲେ। ୧୯୬୨ ଯୁଦ୍ଧ ପରେ ୧୯୬୭ରେ ସୀମାରେ ପୁଣି ଭାରତ ଏବଂ ଚାଇନା ମଧ୍ୟରେ ଗୁଳି ବିନିମୟ ହୋଇ ନ ଥିଲା। ତେବେ ପୁଣି ଏହାର ପୁନରାବୃତ୍ତି ହୋଇଛି। ୧୯୬୭ ସେପ୍ଟେମ୍ବର ୧୧ରେ ନାଥୁ-ଲାଠାରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ଏହାପରେ ୧୯୬୭ ସେପ୍ଟେମ୍ବର ୧୫ରେ ଚୋ-ଲାଠାରେ ମଧ୍ୟ ଦୁଇପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ପରେ ସେହିବର୍ଷ ଅକ୍ଟୋବରରେ ବିବାଦ ଥମିଥିଲା। ନାଥୁ-ଲା ଘଟଣାରେ ଚାଇନାର ୩୨ ଜଣ ସୈନ୍ୟଙ୍କ ମୃତ୍ୟୁ ଘଟିଥିବାବେଳେ ଭାରତର ୬୫ ଜଣ ଯବାନ ଶହୀଦ ହୋଇଥିଲେ। ସେହିପରି ଚୋ-ଲା ଘଟଣାରେ ଭାରତର ୩୬ ଜଣ ଯବାନ ଶହୀଦ ହୋଇଥିଲେ। ସୂଚନାଯୋଗ୍ୟ, ଦୀର୍ଘଦିନ ଧରି ସୀମାକୁ ନେଇ ଦୁଇଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଚଳିତ ବର୍ଷ ମେ ୫ରେ ଉଭୟ ପକ୍ଷ ପୂର୍ବ ଲଦାଖର ପୈଙ୍ଗୋଗ ହ୍ରଦଠାରେ ମୁହାଁମୁହି ହୋଇଥିଲେ। ସେହିପରି ମେ୯ ରେ ସିକିମ୍‌ର ୧୬ ହଜାର ଫୁଟ ଉଚ୍ଚରେ ଥିବା ନାକୁ-ଲା ସେକ୍ଟରରେ ଉଭୟ ପକ୍ଷର ୧୫୦ରୁ ଅଧିକ ସୈନ୍ୟ ପରସ୍ପରକୁ ଭେଟିଥିଲେ। ମେ ୯ରେ ଚାଇନା ଲଦାଖ ଅଞ୍ଚଳରେ ନିଜର ହେଲିକପ୍ଟର ଓ ଯୁଦ୍ଧ ବିମାନ ଉଡ଼ାଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri